‘ପ୍ରେମିକା ପଚାରିଲା ସରକାରୀ ଚାକିରି କେବେ ହେବ, ବାପା ପୁଅ ଖୋଜିଲେଣି’: ଓୱେସି

ଗାନ୍ଧିନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରସୋରରେ ଚାଲିଛି | ଆଉ ଏହାରି ମଧ୍ୟରେ ଏଆଇଏମ୍ଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଭାରତରେ ବେକାରୀ ହାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଗୁଜୁରାଟର ଡାନିଲିମ୍ଡା ନିର୍ବାଚନମଣ୍ଡଳୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଓୱେସି କହିଛନ୍ତି ଯେ, ‘ମୁଁ ରହୁଥିବା ହୋଟେଲରେ ଜଣେ ଯୁବକ ମୋତେ ଭେଟିଥିଲେ। ମୁଁ ତାଙ୍କୁ ପଚାରିଲି ତୁମେ କେମିତି ଅଛ? ସେ କହିଲା, ମୁଁ ଯେଉଁ ଝିଅକୁ ବିବାହ କରିବାକୁ ଚାହୁଁଛି ଅର୍ଥାତ ମୋ ପ୍ରେମିକା ମୋ ପାଖକୁ ଆସି କହିଲା ତୁମେ କେବେ ସରକାରୀ ଚାକିରି ପାଇବ? ପାପା ମୋ ପାଇଁ ପୁଅ ଖୋଜୁଛନ୍ତି | ଏହାପରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ କହିଲେ ଯେ ମୋଦୀ ସରକାରଙ୍କୁ ବିଶ୍ୱାସ କର ନାହିଁ, ତୁମେ ବାପା ଖୋଜିଥିବା ପୁଅକୁ ବିବାହ କର’ |


ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ଯୁବକମାନଙ୍କୁ ଦୁଇ କୋଟି ଚାକିରି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । “ଗତ ଆଠ ବର୍ଷ ମଧ୍ୟରେ ୧୬ କୋଟି ନିଯୁକ୍ତି ସୃଷ୍ଟି ହେବା କଥା । କିନ୍ତୁ ବର୍ତ୍ତମାନ ମୋଦୀ କହୁଛନ୍ତି ଯେ ସେ ୨୦୨୪ ମଧ୍ୟରେ ୧୦ ଯୁବକଙ୍କୁ ଚାକିରି ଦେବେ। ସୂଚନା ଥାଉ କି ଯେ ଏଆଇଏମଆଇଏମ ପାର୍ଟି ୧୪ ଜଣ ପ୍ରାର୍ଥୀଙ୍କ ସହ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଗୁଜୁରାଟରେ ବିଜେପି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଥିବାବେଳେ ଆପ ତରଫରୁ ଇଶୁଦାନ ଗଡଭିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି ।

ସମ୍ବନ୍ଧିତ ଖବର