ଆମେରିକାର ଶକ୍ତି ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, ଚୀନଠାରୁ କେତେ ଋଣ ନେଇଛି ଜଣାଇବ

ଇସ୍ଲାମାବାଦ : ଚୀନ ପାକିସ୍ତାନକୁ ଯେତେ ସହାୟତା କଲେ ମଧ୍ୟ ଆମେରିକାର କ୍ଷମତା ଓ ପ୍ରତିପତ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ପଡିଛି ଏହି ଦେବାଳିଆ ହୋଇଯାଇଥିବା ଦେଶକୁ । ଚୀନ ପ୍ରରୋଚନାରେ ପଡି ପାକିସ୍ତାନ ଆମେରିକା ସହ ମଧ୍ୟ ସଂପର୍କ ଖରାପ କରିବାକୁ ପଛେଇନଥିଲା । କିନ୍ତୁ ଏବେ ଉତ୍କଟ ଆର୍ଥିକ ସଂକଟରେ ପଡିବା ପରେ ପାକିସ୍ତାନ ଏବେ ବିଶ୍ୱରେ ଆମେରିକାକୁ କାହିଁକୁ ସୁପର ପାଓ୍ଵାର କୁହାଯାଏ, ତାହାର ଶକ୍ତି ତୁଳନାରେ ଚୀନର ଶକ୍ତି କେତେ ତାହା ଜାଣିପାରିଥିବ । କଥା ହେଉଛି ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ । ଏହାକୁ ଋଣ ଦେବାକୁ କେହି ରାଜି ହେଉନାହାନ୍ତି । କେବଳ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଏହାକୁ ଆର୍ଥିକ ପ୍ୟାକେଜ ଦେଇ ଉଦ୍ଧାର କରିପାରିବ । ଏଥିପାଇଁ ପାକିସ୍ତାନ ସରକାରୀଭାବେ ଆଇଏମଏଫ ନିକଟରେ ଆବେଦନ ମଧ୍ୟ କରିସାରିଛି । କିନ୍ତୁ ଆଇଏମଏଫରୁ ଋଣ ପାଇବା ସେତେଟା ସହଜ ନୁହେଁ । କାରଣ ଆଇଏମଏଫରେ ଆମେରିକାର ଆଧିପତ୍ୟ ରହିଛି । ଆମେରିକା ନ ଚାହିଁବା ପର୍ଯ୍ୟନ୍ତ ଋଣ ମିଳିବା ସମ୍ଭବ ନୁହେଁ । ଋଣ ଦେବାପାଇଁ ଆମେରିକା କଡା ସର୍ତ୍ତ ଆରୋପ କରିଥିବା ଜଣାଯାଇଛି । ପ୍ରଥମ ସର୍ତ୍ତ ହେଉଛି ଚୀନଠାରୁ ପାକିସ୍ତାନ କେତେ ଋଣ ଆଣିଛି, ପାକିସ୍ତାନରେ ଚୀନର କଣ କଣ ପ୍ରକଳ୍ପ ଚାଲିଛି ତାହା ଜଣାଇବାକୁ ଆମେରିକା କହିଛି । ମିଳିଥିବା ଖବର ଅନୁସାରେ ପାକିସ୍ତାନ ଅନିଚ୍ଛା ସତ୍ତ୍ୱେ ଏଥିପାଇଁ ରାଜି ହୋଇଛି । ଅର୍ଥାତ ଚୀନ ଓ ପାକିସ୍ତାନ ମଧ୍ୟରେ କଣ ଚାଲିଛି ତାହା ଏବେ ଆମେରିକା ଜାଣିବ ।

ସମ୍ବନ୍ଧିତ ଖବର