ହାଇଦ୍ରାବାଦ ମେଟ୍ରୋ ରେଳ ପ୍ରକଳ୍ପର ଲୋକାପର୍ଣ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆନୁଷ୍ଠାନିକ ଭାବେ ହାଇଦ୍ରାବାଦ ମେଟ୍ରୋ  ରେଳ ପ୍ରକଳ୍ପର ଲୋକାପର୍ଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦର ମିଆପୁରଠାରୁ ନଗୋଲି ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ୩୦ କିଲୋମିଟରର ମେଟ୍ରୋ ରେଳପଥରେ ପ୍ରଥମ ମୋଟ୍ରୋ ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ଅବସରର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ପରେ, ଏମାନେ ସମସ୍ତେ ଲୋକାର୍ପିତ ହୋଇଥିବା ମେଟ୍ରୋରେ ପ୍ରଥମ ଯାତ୍ରୀ ଭାବେ ଯାତ୍ରା କରିଥିଲେ।

ସନ୍ଧ୍ୟାରେ ହାଇଦ୍ରାବାଦରେ ଆୟୋଜିତ ହେଉଥିବା ହେଉଥିବା ଏକ ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଟୋନାଲ୍ଡ ଟ୍ରମ୍ପଙ୍କର ତନୟା ଇଭାଙ୍କା ଟ୍ରମ୍ପ ମଧ୍ୟ ଆସି ହାଇଦ୍ରାବାଦରେ ପହଞ୍ଚି ସାରିଛନ୍ତି।

ସମ୍ବନ୍ଧିତ ଖବର