ବ୍ରହ୍ମପୁର: ଓଲଡିଂ ଦୋକାନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଗାନ୍ଧିନଗରରେ ଥିବା ଏକ ଓଲଡିଂ ଦୋକାନରେ ମଙ୍ଗଳବାର ଆକସ୍ମିକ ଭାବେ ଗ୍ୟାସ ବିସ୍ଫୋରଣ ଘଟିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଗାନ୍ଧିନଗରରେ ଥିବା ସୁଦାମ ମହାପାତ୍ରଙ୍କ ଓଲଡିଂ ଦୋକାନରେ ଗ୍ୟାସ ବିସ୍ଫୋରଣ ଘଟିଛି। ଏହି ଗ୍ୟାସ ବିସ୍ଫୋରଣ ଓଲଡିଂ ସିଲିଣ୍ଡର ହେତୁ ଘଟିଛି ବୋଲି ସ୍ଥାନୀୟଲୋକେ ସୂଚନା ଦେଇଛନ୍ତି। ଦୋକାନ ଭିତରୁ ହଠାତ୍‌ ଶବ୍ଦ ହୋଇଥିଲା । ଏହି ଶବ୍ଦ ଶୁଣି ପାଖ ଦୋକାନୀ ଦୌଡ଼ାଦୌଡ଼ି ହୋଇ ସୁଦାମ ମହାପାତ୍ରଙ୍କ ଓଲଡିଂ ଦୋକାନ ପାଖକୁ ଯାଇଥିଲେ। ତେବେ ଏହି ଗ୍ୟାସ ବିସ୍ଫୋରଣରେ ଓଲଡିଂ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲେ ହେଁ କେହି ଏଥିରେ ମୃତାହତ ହୋଇନାହାନ୍ତି।

ସମ୍ବନ୍ଧିତ ଖବର