୬ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବିମାନ କମ୍ପାନୀ, ବର୍ଷେ ଯାଏଁ ଉଡିବନି ୧୦୦ରୁ ଅଧିକ ବିମାନ

ମେଲବୋର୍ଣ୍ଣ: କରୋନା ସଙ୍କଟରେ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତିନି ମାସ ଧରି ବହୁ ସଂଖ୍ୟାରେ ବିମାନ ନ ଉଡିବା ଯୋଗୁଁ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀମାନେ ଏବେ ଦୁଃସ୍ଥିତି ଦେଇ ଗତି କରୁଛନ୍ତି | ଏହାର ଫଳସ୍ୱରୂପ ବିମାନ କମ୍ପାନୀଗୁଡିକ ଖର୍ଚ୍ଚ କାଟ କରିବା କିମ୍ବା କର୍ମଚାରୀ ଛଟେଇ କରିବାର ଖବର ସାମ୍ନାକୁ ଆସିଛି | ବର୍ତ୍ତମାନ ଅଷ୍ଟ୍ରେଲିଆର ବଡ ବିମାନ କମ୍ପାନୀ କ୍ୱାଣ୍ଟସ ୬୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି | ଏହା ବ୍ୟତୀତ କ୍ୱାଣ୍ଟସ ଏହାର ୧୫୦୦୦ କର୍ମଚାରୀଙ୍କୁ ଛୁଟିରେ ପଠାଇବାକୁ ନିଷ୍ପତ୍ତି ନେଇଛି |

ସେହିପରି ବିମାନ ଉଡାଣ ଖର୍ଚ୍ଚକୁ କମ କରିବା ପାଇଁ କ୍ୱାଣ୍ଟସ ଏୟାରଲାଇନ୍ସ ଏହାର ୧୦୦ଟି ବିମାନକୁ ଏକ ବର୍ଷ କିମ୍ବା ଅଧିକ ସମୟ ପାଇଁ ନ ଉଡ଼ାଇବାକୁ ନିଷ୍ପତ୍ତି ନେଇଛି | ଏଥି ସହିତ, କ୍ୱାଣ୍ଟସ ମଧ୍ୟ ନୂତନ ପୁଞ୍ଜି ସଂଗ୍ରହ କରିବାକୁ ଘୋଷଣା କରିଛି। ଏୟାରଲାଇନ୍ସର ସିଇଓ ଆଲାନ୍ ଜୋଏସ୍ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଆୟ କମ ଥିବାରୁ ଏୟାରଲାଇନ୍ସ ବର୍ତ୍ତମାନ ଛୋଟ ହୋଇଯାଇଛି। । ଛୁଟିରେ ପଠାଯାଇଥିବା କର୍ମଚାରୀଙ୍କ କ୍ୟାରିଅରରେ ଏକ ବଡ଼ ପ୍ରତିବନ୍ଧକ ଆସିଛି ବୋଲି ସେ କହିଛନ୍ତି।

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ବିମାନ ନିର୍ମାଣକାରୀ କମ୍ପାନୀ ବୋଇଙ୍ଗ, ୧୨ ହଜାରରୁ ଅଧିକ ଲୋକଙ୍କୁ ଛଟେଇ ଘୋଷଣା କରିଥିଲା। ବୋଇଙ୍ଗ ସୂଚନା ଦେଇଥିଲା ଯେ ଭବିଷ୍ୟତରେ ଆଉ କିଛି କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯିବ | ବୋଇଙ୍ଗର ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୧୬୦୦୦୦ ହୋଇଥିବାବେଳେ ବିମାନ କମ୍ପାନୀଙ୍କ ମଧ୍ୟରେ ଏହି କମ୍ପାନୀ ସର୍ବାଧିକ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି |

ସମ୍ବନ୍ଧିତ ଖବର