ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ କ୍ରାଇମ୍‌ବ୍ରାଞ୍ଚ୍‌ ଆଜି ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି। ଧର୍ମଗୁରୁଙ୍କ ବିରୋଧରେ ଗତ ଜୁନ୍‌ ୧୧ ତାରିଖରେ ଏକ ଏତଲା ରୁଜୁ ‌େହବାର ୩ ମାସ ପରେ ଆଜି ତାଙ୍କ ବି‌ରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଆଇପିସିର ଧାରା ୩୭୬, ୩୭୭ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେ ତାଙ୍କର ଜଣେ ପୂର୍ବତନ ଭକ୍ତଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର