ଶାହାଜାହାଁ ଶେଖକୁ ୮ ଦିନିଆ ରିମାଣ୍ଡରେ ନେଲା ସିବିଆଇ

କୋଲକାତା: ପୂର୍ବତନ ଟିଏମସି ନେତା ତଥା ସନ୍ଦେଶଖାଲି ମାମଲାର ଅଭିଯୁକ୍ତ ଶେଖ୍ ଶାହାଜାହାଁର ସମସ୍ୟା ବଢିବାରେ ଲାଗିଛି । ଆଜି ପୁଣି ଥରେ ତାର ଜାମିନ ଆବେଦନ ଖାରଜ ହେବା ସହ ତାକୁ ୮ ଦିନ ପାଇଁ ସିବିଆଇକୁ ପଠାଇ ଦିଆଯାଇଛି। ଇଡି ଅଧିକାରୀଙ୍କ ଆକ୍ରମଣ ମାମଲାରେ ଶାହାଜାହାନ ସିବିଆଇ ରିମାଣ୍ଡରେ ଥିଲେ।

ଏହା ପୂର୍ବରୁ ମାର୍ଚ୍ଚ ୮ ତାରିଖରେ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଥିବା ଶାହାଜାହାନର ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ଚଢ଼ାଉ କରିଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ପାଇଁ ତୃଣମୂଳ କଂଗ୍ରେସ (ଟିଏମସି)ର ନିଲମ୍ବିତ ନେତା ତା ବାସଭବନରେ ଚଢ଼ାଉ କରାଯାଇଥିଲା।

ଗତ ଫେବ୍ରୁଆରି ମାସରେ ଇଡି ଟିମ୍ ୨୪ ପ୍ରଗଣାର ବନଗାଓଁରେ ଥିବା ଶାହାଜାହାନ ଶେଖଙ୍କ ବାସଭବନରେ ଚଢ଼ାଉ କରିବାକୁ ଯାଉଥିଲା, ଏହି ସମୟରେ ଶାହାଜାହାଁର ସମର୍ଥକମାନେ ଇଡି ଟିମ୍ ଉପରକୁ ପଥର ଫିଙ୍ଗିଥିଲେ ଓ ଆକ୍ରମଣ କରିଥିଲେ। ସେ ହିଁ ରାସନ ଦୁର୍ନୀତି ଏବଂ ସନ୍ଦେଶଖାଲି ନାରୀ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତ। ସନ୍ଦେଶଖାଲି ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସିବା ପରେ ଶାହାଜାହାଁ ଶେଖ୍ ଦୀର୍ଘ ଦିନ ଧରି ନିଖୋଜ ଥିଲା। ଏହାପରେ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ଗିରଫ କରିଥିଲା।

 

ସମ୍ବନ୍ଧିତ ଖବର