ଭାଇବୋହୂଙ୍କୁ ଟିକେଟ୍‌ ଦେଲେନି ଅଖିଳେଶ

ସମାଜବାଦୀ ପାର୍ଟି ଭିତରେ ପୁଣି ପାରିବାରିକ କନ୍ଦଳ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ସମାଜବାଦୀ ପାର୍ଟି ଭିତରେ ଅନ୍ତର୍କଳହ ପରିଲକ୍ଷିତ ହୋଇଛି। ଉତ୍ତର ପ୍ରଦେଶରେ ଏଗାରଟି ବିଧାନସଭା କ୍ଷେତ୍ର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପ ନିର୍ବାଚନରେ ସମାଜବାଦୀ ପାର୍ଟି ଗତକାଲି ନିଜର ପ୍ରାର୍ଥୀ ଘୋଷଣା ଆରମ୍ଭ କରିଥିଲା। ଗତକାଲି ସମାଜବାଦୀ ପାର୍ଟି ପକ୍ଷରୁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସେଥିରେ ଦଳ ଲକ୍ଷ୍ନୌ କେଣ୍ଟ ଆସନରୁ ମେଜର ଆଶିଷ ଚର୍ତୁବେଦୀ ଏବଂ କାନପୁରର ଗୋବିନ୍ଦନଗରରୁ ସମ୍ରାଟ ବିକାଶଙ୍କୁ ଟିକଟ ଦେଇଛି ।

୨୦୧୭ ବିଧାନସଭା ନିର୍ବାଚନରେ ଦଳ ଲକ୍ଷ୍ନୌ କେଣ୍ଟ ଆସନରୁ ପ୍ରାର୍ଥୀ କରିଥିଲା ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବଙ୍କୁ। କିନ୍ତୁ ଏଥର ଟିକେଟ ନ ଦେବାଫଳରେ ଯାଦବ ପରିବାରରେ ମତଭେଦ ଥିବା ସ୍ପଷ୍ଟ ହୋଇଛି।

photo–abp news

ଗତଥର ପାରିବାରିକ କନ୍ଦଳଭିତରେ ବି ନିର୍ବାଚନ ସମୟରେ ବୋହୂଙ୍କ ପାଇଁ ପ୍ରଚାର କରିଥିଲେ ମୁଲାୟମ ସିଂହ ଯାଦବ। ହେଲେ ଏଥର ଅପର୍ଣ୍ଣାଙ୍କୁ ଅଖିଳେଶ ଟିକଟ ଦେଇନାହାନ୍ତି । ଏହାକୁନେଇ ଯାଦବ ପରିବାରରେ ପୁଣି ମୁଣ୍ଡ ଟେକିଛି ପୁଣି ପାରିବାରିକ କନ୍ଦଳ। ଏବେ ଅପର୍ଣ୍ଣାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର