ଆଇସିୟୁରେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସତ୍ୟେନ୍ଦ୍ର ଜୈନ ଆଜି ସକାଳେ ବାଥରୁମରେ ବେହୋସ ହୋଇ ପଡ଼ିଯାଇଥିଲେ। ସତ୍ୟେନ୍ଦ୍ର ଜୈନଙ୍କୁ ତୁରନ ଦୀନ୍‌ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ଏଲଏନ୍‌ଜେପିକୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସତ୍ୟେନ୍ଦ୍ର ଜୈନ ଏବେ ହସ୍ପିଟାଲ ଆଇସିୟୁରେ ଅକ୍ସିଜେନ୍‌ ସପୋର୍ଟରେ ଥିବା ଜଣାପଡ଼ିଛି।

ସପ୍ତାହକ ମଧ୍ୟ‌ରେ ଏହା ଦ୍ବିତୀୟ ଘଟଣା। ତିହାର ଜେଲ୍‌ ଡିଜିଙ୍କ ଅନୁଯାୟୀ ସତ୍ୟେନ୍ଦ୍ର ଜୈନ ଆଜି ସକାଳ ୬ଟା ସମୟରେ ଜେଲ୍‌ ବାଥରୁମ୍‌ରେ ବେହୋସ ହୋଇ ପଡ଼ିଯାଇଥିଲେ। ସୋମବାର ଦିନ ସତ୍ୟେନ୍ଦ୍ର ଜୈନଙ୍କୁ ସଫଦରଜଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଏହା ପୂର୍ବରୁ ଗତ ଶନିବାର ଦିନ ତାଙ୍କର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ବିଭିନ୍ନ ଟେଷ୍ଟ୍‌ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କ ଓଜନ ଜେଲ୍‌ରେ ୩୫ କିଲୋ କମିଯାଇଥିବାରୁ ତାଙ୍କ ସମର୍ଥକମାନେ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସତ୍ୟେନ୍ଦ୍ର ଜୈନ ଗତ ବର୍ଷ ମେ’ରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର