ସ୍ବିଡେନ ଦୂତାବାସ ବନ୍ଦ ଘୋଷଣା କଲା ରୁଷ୍‌: ୫ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା

ମସ୍କୋ : ମସ୍କୋ ଗୁରୁବାର କହିଛି ଯେ, ଏହା ସ୍ବିଡେନର ୫ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଏବଂ ସ୍ବିଡେନର ଗଟେନବର୍ଗରେ ଥିବା ଦୂତାବାସ ଓ ସେଣ୍ଟ ପିଟ୍‌ସବର୍ଗରେ ଥିବା କୂଟନୈତିକ ମିସନକୁ ଏହା ବନ୍ଦ କରିବାକୁ ଯାଉଛି।

ରୁଷ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସ୍ବିଡିସ ରାଷ୍ଟ୍ରଦୂତ ମାଲେନା ମାର୍ଡଙ୍କୁ ସମନ ଜାରି କରାଯାଇଛି ଏବଂ ଯେସାକୁ ତେସା ନୀତିରେ ରୁଷ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ୫ ସ୍ବିଡିସ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଥିବା ମଧ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ଏପ୍ରିଲ ଶେଷାର୍ଦ୍ଧରେ ସ୍ବିଡେନ କାର୍ଯ୍ୟ ସନ୍ତୋଷଜନକ ନୁହେଁ କହି ୫ ରୁଷୀୟ କୂଟନୀତିଜ୍ଞଙ୍କୁ ବିଦା କରିବା ପରେ ରୁଷ୍ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛି। ଆସନ୍ତା ସେପ୍ଟେମ୍ବର ପହିଲାରେ ସ୍ବିଡେନରେ ଥିବା ରୁଷୀୟ ଦୂତାବାସକୁ ବନ୍ଦ କରିଦିଆଯିବ ବୋଲି ମସ୍କୋ ଘୋଷଣା କରିଛି। ସୂଚନାଯୋଗ୍ୟ, ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ଓ ପାଶ୍ଚାତ୍ୟ ଦେଶ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ମିତ୍ରତା ବନ୍ଧନରେ ଥିବା ଦେଶଗୁଡ଼ିକ ରୁଷ୍ ବିରୋଧରେ କଟକଣା ଜାରି କରିବା ସହ ଅଭୂତପୂର୍ବ ଚାପ ପକାଇ ଆସୁଛନ୍ତି।

ସମ୍ବନ୍ଧିତ ଖବର