ସୁନା ଖଣିକୁ ସୁରକ୍ଷା ଦେଉଛନ୍ତି ବିଷଧର ସାପ! ସୁନା ଉତ୍ତୋଳନକୁ ନେଇ ଚିନ୍ତାରେ ସରକାର

ସୋନଭଦ୍ର: ଉତ୍ତରପ୍ରଦେଶର ସୋନଭଦ୍ର ପାହାଡ଼ରେ ମାଟି ତଳେ ମହଜୁଦ ହୋଇ ରହିଛି ହଜାର ହଜାର ଟନ ସୁନା | ଆଉ ଏହାକୁ ଖୋଳି କାଢ଼ିବାକୁ ଏବେ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି | ପାଖାପାଖି ତିନି ହଜାର ଟନ ସୁନା ଥିବାର ଜଣାପଡିଛି | ତେବେ ମାଟି ଖୋଳି ସୁନା ଉତ୍ତୋଳନ କରିବା ଏତେ ସହଜ ନୁହେଁ ବୋଲି ଜଣାପଡିଛି | କାରଣ ଏହି ସୁନା ଖଣିର ଚାରିପାର୍ଶ୍ୱରେ ବହୁ ସଂଖ୍ୟାରେ ବିଷଧର ସାପ ଥିବାର ଜଣାପଡିଛି | ଏହି ଖଣି ପାଖରେ ହଜାର ହଜାର ସଂଖ୍ୟାରେ ସାପ ଥିବାରୁ ଖଣିଜ ଅଧିକାରୀମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି |

ସାରା ବିଶ୍ୱରେ ଦେଖାଦେଉଥିବା ୩ ପ୍ରଜାତିର ବିଷଧର ସାପ ଏଠାରେ ଥିବା ଜଣାପଡିଛି | ନାଗ, ଅହିରାଜ ଓ ବୋଡା ସାପ ଏହି ପାହାଡ଼ରେ ଥିବାରୁ କିଭଳି ସୁନା ଉତ୍ତୋଳନ କରାଯିବ ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି |

ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କହିବା ମୁତାବକ ସୋନଭଦ୍ର ଜିଲ୍ଲର ହରଦି ଅଞ୍ଚଳରେ ୬୪୬.୧୫ କିଲୋଗ୍ରାମ ସୁନା ଥିବାବେଳେ ସୋନ ପାହାଡ଼ରେ ୨୯୪୩.୨୫ ଟନ ସୁନା ମହଜୁଦ ହୋଇ ରହିଛି | ଏହି ଅଂଚଳରେ କେବଳ ସୁନା ନାହିଁ ବରଂ ଲୌହ ଓ ୟୁରାନିୟମ ମଧ୍ୟ ଥିବାର ସମ୍ଭାବନା ଦେଖାଦେଇଛି | ଯାହାକୁ ଏବେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କର୍ମଚାରୀମାନେ ଖୋଜିବା ଅଭିଯାନରେ ଲାଗିପଡିଛନ୍ତି |

ସମ୍ବନ୍ଧିତ ଖବର