ଆଫଗାନିସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ଅଧିକାର କଲା ତାଲିବାନ

କାବୁଲ : ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର ଗଜନିକୁ ଅଧିକାର କରିନେଇଛି ତାଲିବାନ । ଏହାକୁ ମିଶାଇ ଗତ ସପ୍ତାହକ ମଧ୍ୟରେ ତାଲିବାନର ଯୋଦ୍ଧାମାନେ ୧୦ଟି ରାଜ୍ୟର ରାଜଧାନୀକୁ ଅଧିକାର କରିସାରିଲେଣି ।

ଗଜନି ତାଲିବାନ ଅଧିନକୁ ଚାଲିଯିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲର ପତନ ଏକରକମ ନିଶ୍ଚିତ ଜଣାପଡ଼ୁଛି । ଗତକାଲି ଆମେରିକାର ଗୁଇନ୍ଦା ସଂସ୍ଥା କହିଥିଲା ଯେ ଆସନ୍ତା ୯୦ ଦିନ ମଧ୍ୟରେ କାବୁଲ ତାଲିବାନ ଅଧୀନକୁ ଚାଲିଯିବ । ତେବେ କେତେକ ସାମରିକ ବିଶେଷଜ୍ଞଙ୍କ ମତରେ ଅଗଷ୍ଟ ୩୧ ସୁଦ୍ଧା ଆମେରିକାର ସବୁ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବାର ଅଳ୍ପ କିଛି ଦିନ ମଧ୍ୟରେ ହିଁ କାବୁଲକୁ ତାଲିବାନ ଅଧିକାର କରିନେବ । ଅନ୍ୟପକ୍ଷରେ କାବୁଲକୁ ବଞ୍ଚାଇବାକୁ ଆଫଗାନ ସରକାର ନିଜର ସବୁ ଶକ୍ତି ଖଟାଇଦେଇଛନ୍ତି । ଆଫଗାନିସ୍ତାନର ଅନ୍ୟ ଅଞ୍ଚଳରେ ଥିବା ସୈନ୍ୟମାନଙ୍କୁ ଅଣାଯାଇ କାବୁଲର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି । ଏହା ଫଳରେ ଦେଶର ଅନ୍ୟ ଅଞ୍ଚଳଗୁଡ଼ିକରେ ସ୍ଥିତି ସଂଗୀନ ହୋଇପଡ଼ିଛି । ହଜାର ହଜାର ଲୋକ ଘରଛାଡ଼ି ପଡ଼ୋଶୀ ଦେଶଗୁଡ଼ିକୁ ପଳାୟନ କରୁଛନ୍ତି ।

ସମ୍ବନ୍ଧିତ ଖବର