ବଜେଟ୍‌କୁ କର୍ପୋରେଟ୍‌ ଜଗତର ସ୍ବାଗତ

ସଂସ୍କାରମୁଖୀ ବଜେଟ୍‌, ଅଭିବୃଦ୍ଧି ବଢ଼ିବ
୨୦୨୧ ବଜେଟ୍‌ ବହୁତ ବଡ଼ ଯୋଜନା ଏବଂ ରଣନୀତିକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ସରକାରଙ୍କ ପୁଂଜି ପ୍ରତ୍ୟାହାର ନିଷ୍ପତ୍ତି ମଧ୍ୟ ଏକ ସୁଚିନ୍ତିତ ରଣନୀତିର ଅଂଶବି‌ଶେଷ। ଏହି ବଜେଟ୍‌ ଭିତ୍ତିଭୂମି ବିକାଶକୁ ଯଥୋଚିତ ଗୁରୁତ୍ବ ଦେଇଥିବାରୁ ଏହା ବିକାଶକୁ ତ୍ବରାନ୍ବିତ କରିବ ଏବଂ ଅଭିବୃଦ୍ଧି ବଢ଼ିବ।
ଅନୀଲ ଅଗ୍ରୱାଲ, ବେଦାନ୍ତ ଅଧ୍ୟକ୍ଷ

ଅର୍ଥନୀତିର ପୁନରୁଦ୍ଧାର ପାଇଁ ଦାୟିତ୍ବସଂପନ୍ନ ବଜେଟ୍‌
ଗୁରୁତର ଅର୍ଥନୈତିକ ସଙ୍କଟ ଭିତରେ ଆସିଥିବା ୨୦୨୧ ବଜେଟ୍‌ରେ ଦେଶର ଅର୍ଥନୀତିର ପୁନରୁଦ୍ଧାର କରିବା ପାଇଁ ବିଶେଷ ପ୍ରାବଧାନ କରାଯାଇଛି। ଆର୍ଥିକ ନିଅଣ୍ଟିଆ ସ୍ଥିତିରେ ବି ସବୁ କ୍ଷେତ୍ରରେ ଉଦାରତା ପ୍ରଦର୍ଶନ ପୂର୍ବରୁ ବଜେଟ୍‌ ପରିକଳ୍ପନା ହୋଇଛି।
ଆନନ୍ଦ ମହିନ୍ଦ୍ରା, ମହିନ୍ଦ୍ରା ଗ୍ରୁପ୍‌ ଅଧ୍ୟକ୍ଷ

ଦୃଢ଼ତା ଓ ଦୂରଦୃଷ୍ଟିର ବଜେଟ୍‌
୨୦୨୧ କେନ୍ଦ୍ର ବଜେଟ୍‌ ସରକାରଙ୍କ ଦୃଢ଼ତା ଏବଂ ଦୂରଦୃଷ୍ଟିକୁ ପ୍ରତିଫଳିତ କରିଛି। ଭିତ୍ତିଭୂମି ବିକାଶ ଦିଗରେ ଯଥୋଚିତ ଗୁରୁତ୍ବ ସାଂଗକୁ ବାଣିଜ୍ୟିକ ଆଇନ ଏବଂ କାରବାର କ୍ଷେତ୍ରରେ କୋହଳ ନୀତି ଏହାକୁ ଅଧିକ ପ୍ରଭାବଶାଳୀ କରିଛି। ସରକାରୀ ଉଦ୍ୟୋଗ ଏବଂ ବିମା କ୍ଷେତ୍ରରେ ପୁଂଜି ପ୍ରତ୍ୟାହାର ଯୋଜନାକୁ ମଧ୍ୟ ଅତ୍ୟନ୍ତ ସକରାତ୍ମକ ନୀତିରେ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ଏକ ନୂଆ ବିଶ୍ବର ଅର୍ଥନୀତିରେ ଭାରତକୁ ଅଧିକ ସଶକ୍ତ କରିବା ଦିଗରେ ଏହି ବଜେଟ୍‌ ସହାୟକ ହେବ ।
ହର୍ଷ ଗୋଏଙ୍କା, ଆର୍‌ପିଜି ଏଣ୍ଟରପ୍ରାଇଜେସ୍‌ ଅଧ୍ୟକ୍ଷ

ଆର୍ଥିକ ବିକାଶକୁ ନୂଆ ଗତି ମିଳିବ
ଦେଶର ଆର୍ଥିକ ବିକାଶକୁ ନୂଆ ଗତି ଦେବାପାଇଁ ବଜେଟ୍‌ରେ ସୁଚିନ୍ତିତ ବ୍ୟବସ୍ଥା ହୋଇଛି ଏବଂ ଅନେକ ବଡ଼ ପଦକ୍ଷେପ ନିଆଯାଇଛି। ସଙ୍କଟ ସମୟରେ ଆର୍ଥିକ ବିକାଶକୁ ଏହା ନୂଆ ଗତି ଦେବ ।
ଶୁଭ୍ରକାନ୍ତ ପଣ୍ଡା,ଫିକି ଉପାଧ୍ୟକ୍ଷ

ସବୁ ଦିଗରୁ ସକରାତ୍ମକ
୨୦୨୧ କେନ୍ଦ୍ର ବଜେଟ୍‌ ସବୁ ଦିଗରୁ ସକରାତ୍ମକ ହୋଇଛି ଏବଂ ଦେଶର ଅଭିବୃଦ୍ଧି ବଢ଼ାଇବାକୁ ସତର୍କତାର ସହ ସରକାର ପଦକ୍ଷେପ ନେଇଛନ୍ତି। ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାରକୁ ପ୍ରାଧାନ୍ୟ ଦିଆଯିବା ଉଲ୍ଲେଖନୀୟ। ଭାରତକୁ ବିଶ୍ବରେ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ସରକାର ଅନେକ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି। ମହାମାରୀ ସମୟରେ ସରକାରଙ୍କ ଏହି ବଜେଟ୍‌ ଅତ୍ୟନ୍ତ ଦୂରଦୃଷ୍ଟିସଂପନ୍ନ।
ମନିଷ ଶର୍ମା, ପାନାସୋନିକ୍‌ ଇଣ୍ଡିଆ, ସିଇଓ

ସରକାରଙ୍କ ସାହସିକ ବଜେଟ୍‌
୨୦୨୧-୨୦୨୨ କେନ୍ଦ୍ର ବଜେଟ୍‌ ଏକ ସାହସିକ ବଜେଟ୍‌ ଭାବେ ଚିତ୍ରଣ କରିଛନ୍ତି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଅଭିକ ବରୁଆ। ସରକାର ଅଭିବୃଦ୍ଧି ବଢ଼ାଇବାକୁ ଆର୍ଥିକ ନିଅଣ୍ଟିଆ ସ୍ଥିତିକୁ ଅଣଦେଖା କରିଛନ୍ତି ଏବଂ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବି‌ଶେଷ ଗୁରୁତ୍ବ ଦେଇଛନ୍ତି।
ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଅଭିକ ବରୁଆ

ସମ୍ବନ୍ଧିତ ଖବର