ଦେଶରେ ୭୪,୩୮୩ ନୂଆ ମାମଲା: ସାଢ଼େ ୭୦ ଲକ୍ଷ ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ରବିବାର ସୁଦ୍ଧା ଦେଶରେ ପାଖାପାଖି ୭୫ହଜାର ନୂତନ କରୋନା ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୭୦ ଲକ୍ଷ ଡେଇଁଥିବା ଜଣାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ୯୨୬ ଜଣ ମୃତକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମହାମାରୀ କୋଭିଡ୍‌-୧୯ରେ ମୋଟ ୧,୦୮,୩୩୪ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ସେହିପରି ମୋଟ ୭୦,୫୩,୮୦୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ଏଯାଏ ୬୦,୭୭,୯୭୭ ଜଣ ଆରୋଗ୍ୟଲାଭ କରିଥିବା ବେଳେ ୮,୬୭,୪୯୬ ଜଣ ଚିକିତ୍ସାଧୀନ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜଣାଯାଇଛି।

ଗତ ଅଗଷ୍ଟ ୭ ତାରିଖରେ ଭାରତରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ସୀମା ଅତିକ୍ରମ କରିଥିବା ବେଳେ ଅଗଷ୍ଟ ୨୩ରେ ତାହା ୩୦ ଲକ୍ଷ, ଏବଂ ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଡେଇଁଥିଲା। ଅପରପକ୍ଷେ, ସେପ୍ଟେମ୍ବର ୧୬ରେ ଏହି ସଂଖ୍ୟା ୫୦ ଲକ୍ଷ ଓ ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ସୀମା ଅତିକ୍ରମ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି। ସେହିପରି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ତଥ୍ୟାନୁଯାୟୀ, ଅକ୍ଟୋବର ୯ ସୁଦ୍ଧା ଦେଶରେ ମୋଟ ୮,୫୭,୯୮,୬୯୮ଟି କୋଭିଡ୍‌ ନମୁନା ପରୀକ୍ଷଣ କରାଯାଇଥିବା ବେଳେ କେବଳ ୯ତାରିଖରେ ୧୧,୬୪,୦୧୮ଟି ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର