ଗୋଟିଏ ଦିନ ଇଣ୍ଟର୍ନସିପ୍ ପାଇଁ ୩ ଲକ୍ଷ ଟଙ୍କା ଦେଉଛି ଏହି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଅଗ୍ରଣୀ ଭାରତୀୟ ଖାଦ୍ୟ ଉତ୍ପାଦ କମ୍ପାନୀ ବ୍ରିଟାନିଆ ଏପରି ଏକ ଅଫର ଦେଇଛି ଯେଉଁଥିରେ ମନୋନୀତ ବ୍ୟକ୍ତିଙ୍କୁ ଅଫିସରେ ଗୋଟିଏ ଦିନ ଇଣ୍ଟର୍ନସିପ୍ ପାଇଁ ୩ ଲକ୍ଷ ଟଙ୍କା ଦିଆଯିବ। ବ୍ରିଟାନିଆ ଟ୍ରିଟ କ୍ରୋଏସାଣ୍ଟ ଦ୍ୱାରା ଏହି ଅଫର ଦିଆଯାଇଛି। କ୍ରୋଏସାଣ୍ଟକୁ ଏକ ବିଳାସପୂର୍ଣ୍ଣ ସ୍ନାକ୍ସ ଭାବରେ ବିବେଚନା କରାଯାଇଥାଏ। ଏଥି ପାଇଁ ମନୋନୀତ ବ୍ୟକ୍ତିଙ୍କୁ ବ୍ରିଟାନିଆ ଅଫିସରେ ଗୋଟିଏ ଦିନ ବିତାଇବାକୁ ପଡିବ। ସୂଚନା ଅନୁଯାୟୀ, ଖାଦ୍ୟ ଉତ୍ପାଦ କମ୍ପାନୀ ‌କ୍ରୋସାଂ ଉଚ୍ଚାରଣ ବିଶେଷଜ୍ଞଙ୍କ ନାମରେ ଏହି ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରାଯାଉଛି।

ଏଥିରେ ବିଜେତାଙ୍କୁ ବ୍ରିଟାନିଆ କାର୍ଯ୍ୟାଳୟରେ ଗୋଟିଏ ଦିନ ରହିବାକୁ ପଡିବ ଏବଂ କର୍ମଚାରୀମାନଙ୍କୁ ଏହି ପ୍ରସିଦ୍ଧ ଫ୍ରେଞ୍ଚ ପେଷ୍ଟ୍ରି ‌କ୍ରୋସାଂର ନାମକୁ ସଠିକ୍ ଭାବରେ ଉଚ୍ଚାରଣ କରିବାକୁ ଶିଖାଇବାକୁ ପଡିବ । ସହଜରେ ଟଙ୍କା ରୋଜଗାର କରିବାକୁ ଚାହୁଁଥିବା ବ୍ୟକ୍ତି ଏହାର ସୁଯୋଗ ନେଇ ପାରିବେ। ଭାରତରେ ‌କ୍ରୋସାଂକୁ ବହୁତ ପସନ୍ଦ କରାଯାଇଥାଏ। କିନ୍ତୁ, ଲୋକମାନଙ୍କ ପାଇଁ ଏହାର ନାମ ସଠିକ୍ ଭାବରେ ଉଚ୍ଚାରଣ କରିବା ସହଜ ହୋଇ ନ ଥାଏ।

ବ୍ରିଟାନିଆର ଏହି ସୁଯୋଗ ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ। ୧୮ ବର୍ଷ ବୟସ ପୂରଣ କରିଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରି ପାରିବେ। ଏଥିରେ ଭାଗ ନେବାକୁ କମ୍ପାନୀର ହ୍ବାଟସ୍ ଆପ୍ ଚ୍ୟାନେଲ ପରିଦର୍ଶନ କରି ପଞ୍ଜିକରଣ କରିବାକୁ ପଡିବ। ଏହାର ପଞ୍ଜିକରଣ ଲିଙ୍କ ବ୍ରିଟାନିଆ ‌କ୍ରୋସାଂର ଇନଷ୍ଟାଗ୍ରାମ ବାୟୋରେ ମିଳିବ । ଏହା ପରେ  କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିବ, ଆବେଦନକାରୀଙ୍କୁ କମ୍ପାନୀର ଇନଷ୍ଟାଗ୍ରାମ ପେଜ୍ ଫଲୋ କରିବାକୁ ହେବ ଏବଂ ଏଥିରେ ୨ ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।
କମ୍ପାନୀ ତରଫରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଇଣ୍ଟର୍ନସିପ୍ କରୁଥିବା ବ୍ୟକ୍ତି ଆମ ଲୋକଙ୍କୁ ‌କ୍ରୋସାଂକୁ ସଠିକ୍ ଭାବରେ ଉଚ୍ଚାରଣ କରିବାକୁ ଶିଖାଇବେ।  ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଏହାର ପଞ୍ଜିକରଣ ହେବ । ଏଥିପାଇଁ ଆବେଦନ ମାର୍ଚ୍ଚ ୪ ରେ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର