କଶ୍ମୀର ମାମଲାରେ ଆମେରିକା ମୁଣ୍ଡ ପୁରାଇବନି ବୋଲି କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ମାମଲାରେ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ମନା କରିଛନ୍ତି।ସେ କହିଛନ୍ତି ଯେ କାଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା । ଏଣୁ ଏହା ଭିତରେ ଆମେରିକା ମୁଣ୍ଡ ପୁରାଇବନି ବୋଲି ସେ ସଫା ସଫା କହିଛନ୍ତି ।

ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ସିଙ୍ଗଲାଙ୍କ ଜରିଆରେ ଏହି ଖବର ସାମ୍ନାକୁ ଆସିଛି । ହର୍ଷବର୍ଦ୍ଧନ କହିଛନ୍ତି ଯେ ଆମେରିକା ତାର ପୁରୁଣା ନୀତି ଉପରେ ଚାଲିବାକୁ ଚାହୁଁଛି । ଆମେରିକା ଚାହୁଁଛି ଯେ ଭାରତ ଓ ପାକିସ୍ତାନ ମିଳିମିଶି ଏହି ସମସ୍ୟାର ସମାଧାନ କରନ୍ତୁ ।

photo-oneindia

କଶ୍ମୀର ମାମଲାରେ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଭାରତ  ଆମେରିକାର ପ୍ରସ୍ତାବକୁ ଆଗରୁ ପ୍ରତ୍ୟାଖ୍ୟାନ କରିଥିବା ହେତୁ ଡୋନାଲ୍ଡ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଭାରତ କାଶ୍ମୀର ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ତାର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ମାମଲା ଉପରେ ପ୍ରାୟ ସବୁ ଦେଶର ସହାୟତା ଲୋଡୁଛନ୍ତି , ହେଲେ ପାକିସ୍ତାନକୁ କାହାର ସମର୍ଥନ ମିଳୁନାହିଁ ।

ସମ୍ବନ୍ଧିତ ଖବର