ଯୁକ୍ତରାଷ୍ଟ୍ର ଆମେରିକା: ଲୁଇସିଆନା ଗୁଳିକାଣ୍ଡରେ ୫ ମୃତ

ହଷ୍ଟନ୍‌: ଶନିବାର ଦିନ ୫ ଜଣ ଲୋକଙ୍କୁ ଗୁଳି ମାରି ହତ୍ୟା କରିଛି ବୋଲି ସନ୍ଦେହ କରାଯାଉଥିବା ଜଣେ ୨୧ ବର୍ଷିୟ ବ୍ୟକ୍ତିଙ୍କୁ ଦକ୍ଷିଣପୂର୍ବ ଯୁକ୍ତରାଷ୍ଟ୍ର ଆମେରିକୀୟ ପ୍ରଦେଶ ଲୁଇସିଆନାରେ ଖୋଜା ଚାଲିଥିବା କଥା ଅଧିକାରୀମାନେ କହିଛନ୍ତି। ଫେରାର ବ୍ୟକ୍ତି ଜଣକ ହେଉଛନ୍ତି ଡାକୋଟା ଥେରିଅଟ୍‌।

ଅଧିକାରୀମାନେ କହିଛନ୍ତି କି, ଶନିବାର ସକାଳେ ଆସେନ୍‌ସିଅନ୍‌ ଓ ଲିଭିଙ୍ଗଷ୍ଟୋନ୍‌ ପେରିସେ ଠାରେ ଏହି ଗୁଳିକାଣ୍ଡ ଘଟିଛି।
ଲିଭିଙ୍ଗ୍‌ଷ୍ଟୋନ୍‌ ପେରିସ୍‌ର ସେରିଫ୍‌ ଜାସନ୍‌ ଆର୍ଡ ଫେସ୍‌ବୁକ୍‌ରେ କହିଛନ୍ତି ଯେ ତାଙ୍କ ପେରିସ୍‌ରେ ତିନି ଜଣ ଲୋକ ଗୁଳି ଚୋଟରେ ମରିଛନ୍ତି। ମୃତବ୍ୟକ୍ତିଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ।

ଭିନ୍ନ ଏକ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଆସେନ୍‌ସିଅନ୍‌ ପେରିସ୍‌ର ସେରିଫ୍‌ ଅଫିସ୍‌ କହିଛି ଗୋଞ୍ଜାଲେଜ୍‌ ସହରରେ ଦୁଇ ଜଣଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେମାନେ ହେଉଛନ୍ତି ପତିପତ୍ନୀ। ସେମାନଙ୍କ ୨୧ ବର୍ଷିୟ ପୁଅକୁ ଆତତାୟୀ ବୋଲି ସନ୍ଦେହ କରାଯାଇ ତଲାସ ଚାଲିଛି।

ଦୁଇଟି ପେରିସ୍‌ରେ ଘଟିଥିବା ଗୁଳିକାଣ୍ଡ ଜଣେ ବ୍ୟକ୍ତିଙ୍କର କାର୍ଯ୍ୟ ବୋଲି ଅଧିକାରୀମାନେ ବିଶ୍ୱାସ କରୁଛନ୍ତି। ଦୁଇ ଥାନାର ଅଧିକାରୀମାନେ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର