ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷାରେ ଚର୍ଚ୍ଚା ୨.୦’ର ସ୍କ୍ରିନିଂ ସବୁ ସ୍କୁଲରେ କରାଯିବ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦିନ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ। ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି ‘ପରୀକ୍ଷା ଚର୍ଚ୍ଚା ୨.୦’। ମହାରାଷ୍ଟ୍ରର ଶିକ୍ଷା ବିଭାଗ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ ପ୍ରତ୍ୟେକ ବିଦ୍ୟାଳୟରେ ‘ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାରେ ଚର୍ଚ୍ଚା ୨.୦’ କାର୍ଯ୍ୟକ୍ରମର ମଙ୍ଗଳବାର ଦିନ କରନ୍ତୁ। ଏହି କାର୍ଯ୍ୟକ୍ରମକୁ ଡିଡି ରାଷ୍ଟ୍ରୀୟ,ଡିଡିି ନ୍ୟୁଜ୍‌ ଓ ଡିଡି ଇଣ୍ଡିଆ ଚାନେଲରେ ପ୍ରସାରିତ ହେବ। ତା’ଛଡା ଏହାର ପ୍ରସାରଣ ବିଭିନ୍ନ େଓ୍ଵବସାଇଟ୍‌ରେ ମଧ୍ୟ କରାଯିବ ।
ମହାରାଷ୍ଟ୍ର ରାଜ୍ୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ବିଭାଗ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରର ଦିଶା ନିର୍ଦ୍ଦେଶ ଅନୁସାରେ ଏହାର କଡାକଡ଼ି ପାଳନ କରାଯିବ। ସର୍କୁଲାରରେ ଆହୁରି କୁହାଯାଇଛି ଯେ,ପ୍ରତ୍ୟେକ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଫଟୋ ଓ ଭିଡ଼ିଓ ସମେତ ରିପୋର୍ଟ ଶିକ୍ଷା ବିଭାଗ ପାଖରେ ଜମା କରିବାକୁ ପଡ଼ିବ। ଭାରତୀୟ ଜନତା ପାର୍ଟିର୍ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନ ପ୍ରଚାର କରୁଛି ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ନବାବ୍‌ ମଲିକ୍‌ ଅଭିଯୋଗ କରିଛନ୍ତି। କିନ୍ତୁ ଭାଜପା ଏହାକୁ ଖଣ୍ଡନ କରିଛି।

ସମ୍ବନ୍ଧିତ ଖବର