ଭାରତୀୟ ନୌସେନାକୁ ଶକ୍ତିଶାଳୀ ମିଡିୟମ କାଲିବର ଗନ୍ ଯୋଗାଇ ଦେବ ଆମେରିକା

ନୂଆଦିଲ୍ଲୀ : ଚୀନ ସହ ବିବାଦ ଲାଗି ରହିଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ବଢାଇବାରେ ଲାଗିଛି । ଭାରତ ମହାସାଗରରେ ଚୀନ ପଟୁ ବିପଦ ଆଶଙ୍କା ଥିବାରୁ ଭାରତ ନିଜର ନୌସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରୁଛି । ଏ କ୍ଷେତ୍ରରେ ଆମେରିକା ଭାରତକୁ ସହାୟତା କରିଚାଲିଛି।

ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ଖଞ୍ଜିବାକୁ ଆମେରିକା ଅତ୍ୟାଧୁନିକ ୧୨୭ ଏମଏମ ମିଡିୟମ କାଲିବର ଗନ୍ ଯୋଗାଇବାକୁ ରାଜି ହୋଇଯାଇଛି । ଏଥିପାଇଁ ଦୁଇ ଦେଶମଧ୍ୟରେ ପ୍ରାୟ ୩୮୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି । ଏସବୁ ୧୨୭ ଏମଏମ ମିଡିୟମ କାଲିବର ଗନ ଆସିବା ପରେ ବୃହତ ଯୁଦ୍ଧ ଜାହାଜଗୁଡ଼ିକରେ ଖଞ୍ଜାଯିବ । ଏଗୁଡ଼ିକ ଶତ୍ରୁପକ୍ଷର ଆକ୍ରମଣରୁ ଜାହାଜକୁ ସୁରକ୍ଷା ପ୍ରଦାନ କରିବ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବାକୁ ଆମେରିକା ନୌସେନା ନିଜସ୍ବ ଭଣ୍ଡାରରୁ ପ୍ରାୟ ୧୧ଟି ୧୨୭ ଏମଏମ ମିଡିୟମ କାଲିବର ଗନ ପ୍ରଦାନ କରିବ । ଚୁକ୍ତି ମୁତାବକ ନୂଆ ଗନ ଉତ୍ପାଦନ ହୋଇ ଆସିବା ପରେ ଆମେରିକା ନୌସେନାର ଗନଗୁଡ଼ିକୁ ଫେରାଇ ଦିଆଯିବ ଓ ନୂଆ ଗନ ଲଗାଯିବ ।  କେବଳ ଏହି ଗନ ନୁହେଁ, ନୌସେନାର ଆଧୁନିକୀକରଣ ପାଇଁ ଆଉ କେତେକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଆମେରିକା ଯୋଗାଇଦେବ ।

ସମ୍ବନ୍ଧିତ ଖବର