କରୋନା ପରୀକ୍ଷା ପାଇଁ ହସ୍ପିଟାଲରେ ପହଞ୍ଚି କ୍ୱାରେଣ୍ଟାଇନ୍‌ରେ ଭର୍ତ୍ତି ହୋଇଛନ୍ତି ଭାଜପା ସାଂସଦ

ମନୋଜ ତିଓ୍ଵାରୀଙ୍କ ସଂସ୍ପର୍ଶରେ ଆସିଥିଲେ

ନୂଆଦିଲ୍ଲୀ: ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ଭାଜପା) ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପୁଅ ଦୁଷ୍ୟନ୍ତ ସିଂ କରୋନା ପରୀକ୍ଷା ପାଇଁ ଶୁକ୍ରବାର ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଶୁକ୍ରବାର ବଲିଉଡ୍‌ ଗାୟିକା କନିକା କପୁର କରୋନାଭାଇରସ୍‌ରେ ସଂକ୍ରମିତ ହେଇଥିବା ଜଣାପଡ଼ିଛି। ସେ କରୋନା ଚିକିତ୍ସା ପାଇଁ ଲକ୍ଷ୍ମୌର ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତେବେ କନିକା କପୁରଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି, କନିକା କପୁରଙ୍କ ଶରୀରରେ ଅନେକ ଦିନ ହେବ ଫ୍ଲୁର ଲକ୍ଷଣ ରହିଥିଲା। ଏଭଳି ପରିସ୍ଥିତିରେ ସେ ଏକ ପାଞ୍ଚତାରକା ହୋଟେଲରେ ଆୟୋଜିତ ହୋଇଥିବା ଭୋଜିରେ ବି ଉପସ୍ଥିତ ରହିଥିଲେ।

Image result for dushyant-singh
Deccan Herald

ଏହି ପାର୍ଟିରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଓ ବିଜେପି ସାଂସଦ ଦୁଷ୍ୟନ୍ତ ସିଂଙ୍କ ନାମ ସାମ୍ନାକୁ ଆସିଛି। ଏହି ପାର୍ଟି ଗତ ରବିବାର ଆୟୋଜିତ ହୋଇଥିଲା। ସେହିଦିନ ଲଣ୍ଡନରୁ ଫେରି କରୋନାଭାଇରସ୍‌ ସଂକ୍ରମିତ କନିକା କପୁର ପାର୍ଟିରେ ସାମିଲ ହୋଇଥିଲେ। ତେବେ କନିକା ଯେଉଁ ଅଞ୍ଚଳରେ ରହୁଥିଲେ, ତାହାର ଆଖପାଖ ଅଞ୍ଚଳର ଲୋକଙ୍କ ମନରେ ବି କୋରାନାଭାଇରସ୍‌କୁ ନେଇ କୋକୁଆ ଭୟ ଖେଳି ଯାଇଛି।

https://www.indiatoday.in/

ଶୁକ୍ରବାର ଦୁଷ୍ୟନ୍ତ ସିଂହ କ୍ୱାରେଣ୍ଟାଇନ୍‌ରେ ଭର୍ତ୍ତି ହେବା କୁହାଯାଉଛି। ଗତକାଲି ଦୁଷ୍ୟନ୍ତ ସଂସଦରେ ଉପସ୍ଥିତ ରହିବା ସହିତ ସୁରେନ୍ଦ୍ର ନଗର ନିଶିକାନ୍ତ ଓ ମନୋଜ ତିଓ୍ଵାରୀଙ୍କ ସଂସ୍ପର୍ଶରେ ଦୁଷ୍ୟନ୍ତ ସିଂହ ଆସିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର