ଚୀନ୍‌ର ମୁକାବିଲା କରିବାକୁ ଆମେ ସକ୍ଷମ: ବାୟୁ ଓ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଚୀନ୍ ଯଦି ଭାରତ ଉପରେ ଆକ୍ରମଣ କରିଦିଏ ତେବେ ଭାରତ ଏହାର ଦୃଢ଼ ଜବାବ ଦେବାକୁ ସକ୍ଷମ। ଭାରତୀୟ ବାୟୁସେନା ପକ୍ଷରୁ ସମ୍ମୁଖ ଅଞ୍ଚଳରେ ଯଥେଷ୍ଟ ସଂଖ୍ୟକ ଲଢ଼ୁଆ ବିମାନ, ଭୂପୃଷ୍ଠରୁ ଆକାଶକୁ କ୍ଷେପଣୀୟ କ୍ଷେପଣାସ୍ତ୍ର ଓ ଗାଇଡେଡ୍‌ ଅସ୍ତ୍ର ବ୍ୟବସ୍ଥା, ରାଡାର ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ମୁତୟନ କରାଯାଇଛି। ଚୀନ୍‌ର ମୁକାବିଲା କରିବା ପାଇଁ ଆବଶ୍ୟକ ଲଜିଷ୍ଟିକ୍ସ ସହ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି ବୋଲି ଏୟାର୍ ଚିଫ୍ ମାର୍ଶାଲ ଭିଆର୍‌ ଚୌଧରୀ କହିଛନ୍ତି। ଉତ୍ତରୀ ସୀମାରେ କ’ଣ ଘଟୁଛି ଆମେ ନିୟମିତ ନଜର ରଖିଛୁ ଏବଂ ଯେକୌଣସି ଆହ୍ବାନର ଜବାବ ଦେବା ପାଇଁ ଆମେ ସଦା ପ୍ରସ୍ତୁତ ବୋଲି ସେ କହିଛନ୍ତି।

Times of India

ସେହିପରି ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର କହିଛନ୍ତି ଯେ, ଭାରତ ମହାସାଗରରେ ଚୀନ୍ ଯୁଦ୍ଧଜାହାଜ ଓ ଅନ୍ୟ ଜାହାଜଗୁଡ଼ିକ ଉପରେ ଆମ ନୌସେନା ସଦା ନଜର ରଖିଛି। ଆମ ଯୁଦ୍ଧ ଜାହାଜଗୁଡ଼ିକ ଅପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ସହ ସଦା ପ୍ରସ୍ତୁତ ହୋଇ ରହିଛନ୍ତି। ୨୦୨୦ ଗଲୱାନ ସଂଘର୍ଷ ପରେ ସମ୍ଭାବ୍ୟ ଯେକୌଣସି ପରିସ୍ଥିତି ପାଇଁ ଆମ ବାୟୁସେନାକୁ ପ୍ରସ୍ତୁତ କରାଯାଇଛି ବୋଲି ଏୟାର ଚିଫ୍ ମାର୍ଶାଲ ଚୌଧରୀ କହିଛନ୍ତି।

ସମ୍ବନ୍ଧିତ ଖବର