ଆମେ ସବୁଠୁ ବେଶୀ କଣ୍ଡୋମ୍‌ ବ୍ୟବହାର କରୁଛୁ: ଅସଦୁଦ୍ଦୀନ୍‌ ଅୱେସୀ

ହାଇଦ୍ରାବାଦ: ଆମେ ସବୁଠୁ ଅଧିକ କଣ୍ଡୋମ୍‌ ବ୍ୟବହାର କରୁଛୁ ବୋଲି ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତଙ୍କ ସମ୍ପ୍ରଦାୟଭିତ୍ତିକ ଜନସଂଖ୍ୟ ଅସନ୍ତୁଳନ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶନିବାର ଦିନ ‘ଏଆଇଏମ୍‌ଆଇଏ’ ମୁଖ୍ୟ ଅସଦୁଦ୍ଦୀନ୍‌ ଅୱେସୀ କହିଛନ୍ତି।

ଜନସମାବେଶରେ ଉଦ୍‌ବୋଧନ ଦେବା ‌ବଳେ ସେ ଦେଶରେ ସଂଖ୍ୟାଲଘୁ ଜନସଂଖ୍ୟାଙ୍କ କଥା ଚିନ୍ତା ନ କରିବା ଲାଗି ଭାଗବତଙ୍କୁ କହିବାକୁ ଯାଇ କହିଛନ୍ତି, ରାଗନ୍ତୁ ନାହିଁ, ସଂଖ୍ୟାଲଘୁ ଜନସଂଖ୍ୟା ବୃଦ୍ଧି ପାଉନାହିଁ, ବରଂ ହ୍ରାସ ପାଉଛି। କିଏ ସବୁଠୁ ବେଶୀ କଣ୍ଡୋମ୍‌ ବ୍ୟବହାର କରୁଛି? ଆମେ। ମୋହନ ଭାଗବତ ଏ କଥା କହିଲେ ନାହିଁ।

Image Grabbed from Video

ସୂଚନାଯୋଗ୍ୟ, ବୁଧବାର ଦିନ ନାଗପୁରେ ଆୟୋଜିତ ‘ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ’ର ପାରମ୍ପରିକ ବିଜୟାଦଶମୀ ପାଳନ ଉତ୍ସବରେ ଭାଷଣ ଦେବା ବେଳେ ଭାଗବତ କହିଥିଲେ ଯେ, ଧର୍ମଭିତ୍ତିକ ଜନସଂଖ୍ୟା ସନ୍ତୁଳନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉପେକ୍ଷା କରାଯାଇ ପାରିବ ନାହିଁ। ଜନସଂଖ୍ୟା ଅସନ୍ତୁଳନ ଯୋଗୁଁ ଭୌଗୋଳିକ ସୀମାରେଖାରେ ପରିବର୍ତ୍ତନ ଘଟୁଛି।

କ୍ବରାନ୍‌ରୁ ଦୃଷ୍ଟାନ୍ତ ଦେଇ ଓୱେସୀ କହିଛନ୍ତି, ଭାଗବତ ସାହେବ, କ୍ବରାନ୍‌ ପଢ଼ିବାକୁ ମୁଁ ଆପଣଙ୍କୁ ଆମନ୍ତ୍ରଣ କରୁଛି। ଆଲ୍ଲା ଆମକୁ କହିଛନ୍ତି ଯେ, ଭ୍ରୂଣହତ୍ୟା ମହାପାପ। ସଂଖ୍ୟାଲଘୁମାନେ ଦୁଇଟି ଗର୍ଭଧାରଣ ମଧ୍ୟରେ ବ୍ୟବଧାନ ରକ୍ଷା କରୁଛନ୍ତି ଓ ସେମାନେ ସବୁଠୁ ବେଶୀ କଣ୍ଡୋମ୍‌ ବ୍ୟବହାର କରୁଛନ୍ତି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରେକର୍ଡ ଅନୁସାରେ, ସଂଖ୍ୟାଲଘୁମାନଙ୍କର ସମୁଦାୟ ପ୍ରଜନନହାର ୨% ହ୍ରାସ ପାଇଛି। ଆପଣ ଯଦି ଇତିହାସର ତ୍ରୁଟିପୂର୍ଣ୍ଣ ଉପସ୍ଥାପନା କରନ୍ତି, ତାହା ଆପଣଙ୍କର ଭୁଲ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର