ପ୍ରଧାନମନ୍ତ୍ରୀଙ୍କ ଗାଡ଼ିର ରୁଟ୍ ସଂପର୍କିତ ସୂଚନା କିପରି ଲିକ୍ ହେଲା ? : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀଙ୍କୁ ହାନୀ ପହଞ୍ଚାଇବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା ।

ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, କଂଗ୍ରେସ ଦଳ ନରେନ୍ଦ୍ର ମୋଦୀଙ୍କୁ ଘୃଣା କରୁଥାଇପାରେ, କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ, ଯାହାଙ୍କୁ ଦେଶର ଜନତା ଭୋଟ ଦେଇ ନିର୍ବାଚିତ କରିଛନ୍ତି ତାହାଙ୍କ ସୁରକ୍ଷାରେ ବିଭ୍ରାଟ ଏକ ଅକ୍ଷମଣୀୟ ଅପରାଧ ।

ପଞ୍ଜାବର ପୁଲିସ ଡିଜି କାହିଁକି ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ ମିଛ ସୁରକ୍ଷା କ୍ଲିୟରାନ୍ସ ଦେଇଥିଲେ ? ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଯିବା ରୁଟ ସଂପର୍କରେ କେବଳ ଏସପିଜି ଓ ସ୍ଥାନୀୟ ପୁଲିସ ପାଖରେ ସୂଚନା ଥାଏ । କିନ୍ତୁ ଏ ସମ୍ପର୍କରେ ଆନ୍ଦୋଳନକାରୀମାନେ କିପରି ଜାଣିପାରିଲେ ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ହେବା ପରେ ଯେତେବେଳେ ଏସପିଜି ପକ୍ଷରୁ ପଞ୍ଜାବ ପୁଲିସ ଓ ମୁଖ୍ୟମନ୍ତ୍ରୀ ଅଫିସକୁ ଫୋନ କରାଗଲା, କାହିଁକି କେହି ଉଠାଇଲେ ନାହିଁ ? ଏଗୁଡ଼ିକ କେବଳ ଅଭିଯୋଗ ନୁହେଁ, ପଞ୍ଜାବ ପୁଲିସ ଓ କଂଗ୍ରେସ ସରକାରଙ୍କ ବାସ୍ତବିକତା ବୋଲି ସେ କହିଛନ୍ତି ।

ଆଜିର ଘଟଣା ଉପରେ ପ୍ରତିକ୍ରିୟା ରଖି ପଂଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚୈନି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସବୁପ୍ରକାରର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ପ୍ରତିବାଦକାରୀଙ୍କ ଉପରେ ସେ ଲାଠିମାଡ଼ କରିପାରିବେ ନାହିଁ ।

 

ସମ୍ବନ୍ଧିତ ଖବର