ଜନସଂଖ୍ୟା ପାଇଁ ମହିଳାଙ୍କୁ ଟା‌ର୍ଗେଟ କରାଯିବା ଅନୁଚିତ: ବିଶେଷଜ୍ଞ

ଜୀବନ ଓ ପ୍ରଜନନ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ଚୀନକୁ ଟପି ଭାରତ ବିଶ୍ବର ୧ ନମ୍ବର ଜନ‌ବହୁଳ ରାଷ୍ଟ୍ରରେ ପରିଣତ ହୋଇଛି। ଜାତିସଂଘ ପକ୍ଷରୁ କରାଯାଇଥିବା ଆକଳନରେ ଭାରତର ଜନସଂଖ୍ୟା ୧୪୨.୮୬ କୋଟି ବୋଲି ଦର୍ଶାଯାଇଛି। ଏଭଳି ସ୍ଥିତିରେ ଦେଶର ଜନସଂଖ୍ୟା ହ୍ରାସବୃଦ୍ଧି ପାଇଁ ମହିଳାମାନଙ୍କୁ ଟାର୍ଗେଟ କରାଯିବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତର ବର୍ଦ୍ଧିତ ଜନସଂଖ୍ୟା ପାଇଁ ମହିଳାମାନଙ୍କ ଉପରେ ଦୋଷ ଲଦାଯିବା ଉଚିତ ନୁହେଁ। ପପୁଲେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପୁନମ ମୁର୍ଟେଜାଙ୍କ କହିବାନୁଯାୟୀ, ଦେଶରେ ଜନସଂଖ୍ୟା ବୃଦ୍ଧି ପାଇଁ ମହିଳାମାନଙ୍କୁ ଦାୟୀ କରାଯିବା ଉଚିତ ନୁହେଁ। ସେମାନେ ପିଲା ଜନ୍ମ ପାଇଁ ଆଗ୍ରହୀ କିମ୍ବା ନୁହନ୍ତି, କେବେ ପିଲା ଜନ୍ମ କରିବେ, କେତେ ପିଲା ଜନ୍ମ କରିବେ ସେସବୁ ବିଷୟ ସେମାନଙ୍କର ଅଧିକାର; ଅନ୍ୟ କାହାରି ନୁହେଁ। ପରିବାର, ସରକାର, ନୀତି ପ୍ରଣେତା କିମ୍ବା ସମାଜ ସେମାନଙ୍କ ତରଫରୁ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ ବୋଲି ସେ ମତ ଦେଇଛନ୍ତି।

ଦେଶର ଲୋକସଂଖ୍ୟାର ହ୍ରାସବୃଦ୍ଧି ଧାରା ଅନୁଯାୟୀ ମହିଳାମାନଙ୍କ ଶରୀରର ସ୍ବାଧୀନତା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ। ଅର୍ଥାତ୍ ଲୋକସଂଖ୍ୟା କମିଗଲେ ମହିଳାମାନଙ୍କୁ ପିଲା ଜନ୍ମ ପାଇଁ ପ୍ରୋତ୍ସାହିତ କରିବା କିମ୍ବା ବଢ଼ିଗଲେ ମହିଳାମାନଙ୍କ ପ୍ରଜନନକୁ ନିୟନ୍ତ୍ରଣ କରିବା ଉଚିତ ନୁହେଁ। ଅର୍ଥାତ୍‌ ଲୋକସଂଖ୍ୟାର ହ୍ରାସବୃଦ୍ଧି ଧାରା ମହିଳାଙ୍କ ଜୀବନ ଓ ପ୍ରଜନନ ଅଧିକାରକୁ କ୍ଷୁଣ୍ଣ କରିବା ଅନୁଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର