ଯୋଗ ସମସ୍ତଙ୍କର, ସମସ୍ତେ ଯୋଗର: ପ୍ରଧାନମନ୍ତ୍ରୀ ମୋଦୀ

ରାଞ୍ଚି: ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଆୟୋଜିତ ଏକ ବିଶାଳ ଯୋଗ ଶିବିରରେ ଯୋଗାଭ୍ୟାସ କରିଛନ୍ତି। ଏଥିରେ ୩୦ ହଜାର ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ଯୋଗ ଆସନ ଅଭ୍ୟାସ କରିଥିଲେ।

ପ୍ରଭାତ ତାରା ପଡ଼ିଆରେ ସମବେତ ଜନତାଙ୍କୁ ସମ୍ବୋଧନ କରି ସେ କହିଲେ: ଆନ୍ତର୍ଜାତିକ ଯୋଗ ଦିବସ ପାଳନରେ ଯୋଗ ଦେଇଥିବାରୁ ମୁଁ ବିଶ୍ୱବାସୀଙ୍କୁ ଧନ୍ୟବାଦ ଜଣାଉଛି। ଉତ୍ସର୍ଗୀକୃତ ଯୋଗାଭ୍ୟାସକାରୀ ସମଗ୍ର ବିଶ୍ୱରେ ସୂର୍ଯ୍ୟଙ୍କର ପହିଲି କିରଣକୁ ସ୍ୱାଗତ କରୁଛନ୍ତି। ଏଇଟା ଅତି ସୁନ୍ଦର ଦୃଶ୍ୟ। ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯୋଗକୁ ଆପଣାନ୍ତୁ ଏବଂ ଏହାକୁ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମରେ ଅବିଚ୍ଛେଦ୍ୟ ଅଂଶ କରନ୍ତୁ।

ଯୋଗର ଗୁରୁତ୍ୱ ସମ୍ପର୍କରେ ଆମେ ଖୁବ୍‌ ଭଲ ଭାବେ ଜାଣୁ। ଏହା ଆମ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହି ଆସିଛି। କିନ୍ତୁ ଏବେ ଆମେ ଯୋଗାଭ୍ୟାସକୁ ଅନ୍ୟ ଏକ ସ୍ତରକୁ ନେବାକୁ ପଡ଼ିବ।

Image Source: Hindustan Times

ଏବେ ମୋତେ ଆଧୁନିକ ଯୋଗ ଯାତ୍ରାକୁ ସହରରୁ ଗାଁ’କୁ, ଗରିବ ଏବଂ ଜନଜାତିଙ୍କ ନିକଟକୁ ନେବାକୁ ହେବ। ମୋତେ ଗରିବ ଏବଂ ଜନଜାତିଙ୍କ ଜୀବନରେ ଯୋଗକୁ ଅବିଚ୍ଛେଦ୍ୟ ଅଂଶ କରାଇବାକୁ ପଡ଼ିବ। କାରଣ ଅସୁସ୍ଥତା ଯୋଗୁଁ ଗରିବ ହିଁ ସବୁଠୁ ଅଧିକ ଯନ୍ତ୍ରଣା ପାଏ।

ଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଶାରୀରିକ ଏବଂ ଅଧ୍ୟାତ୍ମିକ ଶୃଙ୍ଖଳା ହେଉଛି ପ୍ରାଚୀନ ତଥା ଆଧୁନିକ। ତେଣୁ, ସୁସ୍ଥ ଶରୀର, ଅବିଚଳିତ ମନ ଏବଂ ଏକତ୍ୱର ଉଚ୍ଛ୍ୱାସ ଯୁଗ ଯୁଗ ଧରି ଏହାର ନିର୍ଯ୍ୟାସ ଭାବେ ରହି ଆସିଛି।

ଯୋଗ ଶୃଙ୍ଖଳା ଓ ପ୍ରତିବଦ୍ଧତା ହୋଇଥିବାରୁ ଆଜୀବନ ଏହାକୁ ଅନୁସରଣ କରିବା କଥା। ବୟସ, ବର୍ଣ୍ଣ, ଜାତି, ବଂଶ, ବାଦ, ଧନୀଗରିବ, ପ୍ରଦେଶ, ସୀମାନ୍ତର ଊର୍ଦ୍ଧ୍ୱରେ ଯୋଗ। ଯୋଗ ସମସ୍ତଙ୍କ ପାଇଁ, ସମସ୍ତେ ଯୋଗର।

Image Source: Hindustan Times

ଦେଶର ବିଭିନ୍ନ ଅଞ୍ଚଳରେ କେତେକ କେନ୍ଦ୍ରମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ନେତା ଏବଂ ବରିଷ୍ଠ ସରକାରୀ କର୍ମକର୍ତ୍ତାମାନେ ଯୋଗାସନ ଅଭ୍ୟାସ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଅମିତ ଶାହା ରୋହତକ୍‌ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଶାହା ଜାତୀୟ ରାଜଧାନୀର ରାଜପଥ ଠାରେ ଯୋଗାସନ କରିଥିଲେ। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପାର୍ଲାମେଣ୍ଟ୍‌ ବାହାରେ ଅନ୍ୟ ସାଂସଦ ଏବଂ କର୍ମଚାରୀଙ୍କ ସହ ଆସନ କରିଥିଲେ।

ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେପି ନାଡ଼ା ଦଳର ଅନ୍ୟ ନେତୃବର୍ଗଙ୍କ ସହ ନୂଆଦିଲ୍ଲୀର ଦୀନ୍‌ ଦୟାଲ୍‌ ଉପାଧ୍ୟାୟ ମାର୍ଗରେ ଥିବା ବିଜେପି ମୁଖ୍ୟାଳୟ ସମ୍ମୁଖରେ ଥିବା ପାର୍କରେ ଯୋଗାଭ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର