ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି: ଯୋଗ୍ୟତା ସଂପନ୍ନ କନଷ୍ଟେବଲ କରିପାରିବେ ତଦନ୍ତ

ଭୁବନେଶ୍ୱର: ଅପରାଧୀଙ୍କ ତୁଳନାରେ ପୁଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଅନେକ ଗୁଡ଼ିଏ ମାମଲାର ତଦନ୍ତ ଠିକ ଭାବରେ ହୋଇ ପାରୁନାହିଁ। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଅପରାଧ ଓ ଅପରାଧୀଙ୍କୁ ଧରିବା ତଥା ମାମଲାର ତଦନ୍ତ କରିବା ପାଇଁ ଆଗାମୀ ଦିନରେ କନଷ୍ଟେବଲ ଓ ହାବିଲଦାରମାନଙ୍କୁ ଦାୟିତ୍ୱ ଦିଆଯିବ। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟତା ସଂପନ୍ନ କନଷ୍ଟେବଲମାନେ ତଦନ୍ତ କରିପାରିବେ। ସେମାନେ ଅପରାଧୀକୁ ଗିରଫ କରିପାରିବେ।

ରାଜ୍ୟ ପୁଲିସ ମହାନିର୍ଦ୍ଦେଶ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଅତ୍ୟଧିକ ମାମଲା ଯୋଗୁଁ ପୁଲିସ ଉପରେ ଚାପ ବଢ଼ିଛି। ଆବଶ୍ୟକ ପରିମାଣରେ ପୁଲିସ କର୍ମଚାରୀ ନଥିବାରୁ ତଦନ୍ତ କାର୍ଯ୍ୟରେ ପ୍ରଭାବିତ ହେଉଛି। ତଦନ୍ତ ଠିକ୍‌ ଭାବରେ ହୋଇପାରୁ ନଥିବାରୁ ଅଭିଯୁକ୍ତମାନେ ଅନେକ କ୍ଷେତ୍ରରେ ଦୋଷ ପ୍ରମାଣିତ ହୋଇ ପାରୁ ନାହାନ୍ତି। ଦୋଷ ପ୍ରମାଣ ହାରରେ ଆମେ ଦେଶରେ ସର୍ବନିମ୍ନ ସ୍ତରରେ ଅଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର