ଧ୍ୱଂସ ଆସିଲା ବୋଲି କେମିତି ଜାଣିବେ? ଏମିତି କଲେ ବ୍ୟକ୍ତିର ବିନାଶ ନିଶ୍ଚିତ

ଯେତେବେଳେ ଜଣେ ବ୍ୟକ୍ତି ନିଜ ପାଖରେ ନଥିବା ଜିନିଷ ଉପରେ ଧ୍ୟାନ ଦେଇ ପାଖରେ ଥିବା ଜିନିଷକୁ ଅଣଦେଖା କରିଥାନ୍ତି ସେତେବେଳେ ବୁଝିବାକୁ ହେବ ଯେ ସେ ନିଜକୁ ଧ୍ୱଂସ କରିବାର ଯୋଜନା କରୁଛନ୍ତି।

ଯେତେବେଳେ ଜଣେ ନିଜର ଆବଶ୍ୟକତା, ଇଚ୍ଛା ଭିତରେ ପାର୍ଥକ୍ୟ ବୁଝନ୍ତି ନାହିଁ ସେହି କ୍ଷଣରେ ହିଁ ଧ୍ୱଂସର ଆରମ୍ଭ ହୁଏ।

ଯେତେବେଳେ ଜଣେ ବ୍ୟକ୍ତି ସାମ୍ନା ଲୋକକୁ ତା’, ଜାତି, ଧର୍ମ ସଂପ୍ରଦାୟକୁ ଲକ୍ଷ୍ୟ କରି ବିଶ୍ୱାସ କରେ ତାହା ସବୁଠାରୁ ବଡ଼ ବୋକାମୀ। ମଣିଷକୁ ତା’ର ଜ୍ଞାନ, ବୁଦ୍ଧି ଏବଂ ଗୁଣ ଦେଖି ବିଶ୍ୱାସ କରିବା ଉଚିତ।

ଯଦି ଜଣେ ମଣିଷ ନିୟମିତ ଭାବେ ଅସୁସ୍ଥକର ଖାଦ୍ୟ ଖାଆନ୍ତି ତାହା ପୁଣି ବିନା ସଂକୋଚରେ ତେବେ ଧରି ନିଅନ୍ତୁ ଧ୍ୱଂସ ସେଇଠୁ ଆରମ୍ଭ ହୋଇଥାଏ।

ଯଦି କୌଣସି ପତ୍ନୀ ତାଙ୍କ ସ୍ୱାମୀଙ୍କର ସବୁ କାମରେ ତ୍ରୁଟି ଦେଖନ୍ତି ବା କଥା ପଦକେ କ୍ରୋଧ ଦେଖାନ୍ତି ତାହାଲେ ସେ ସମୟରେ ସ୍ୱାମୀ ପତ୍ନୀଙ୍କୁ ଆୟତ୍ତ କରିବାର କୌଶଳ ଶିଖିବା ଉଚିତ। ନଚେତ ଭବିଷ୍ୟତରେ ତାହାର ପରିମାଣ ଖୁବ୍‌ ଭୟଙ୍କର ହୋଇଥାଏ।

ଯେତେବେଳେ କେଉଁ ବ୍ୟକ୍ତିଙ୍କୁ ତାଙ୍କ ପୁଅ ସ୍ନେହ ଓ ସମ୍ମାନ ଦିଅନ୍ତି ନାହିଁ ସେଇଟି ସେହି ବ୍ୟକ୍ତିିଙ୍କର ଧ୍ୱଂସ ସମୟ ଆସିଗଲା ବୋଲି ଧରିନିଅନ୍ତୁ।

ସବୁପରେ ଯେଉଁ ବ୍ୟକ୍ତିର ଝିଅ ବିଧବା ହୋଇଯାଆନ୍ତି ସେ ମଧ୍ୟ ତାଙ୍କ ଜୀବନର ଗୋଟାଏ ଦିନ ବି ଶାନ୍ତିରେ କାଟିପାରନ୍ତି ନାହିଁ।

ସମ୍ବନ୍ଧିତ ଖବର