ଜାଣନ୍ତୁ କାହିଁକି ନୀଳନୟନା କହିଲେ କି ମୁଁ ଜାଣିଛି ଆସନ୍ତାକାଲିର ହେଡ୍‌ଲାଇନ୍‌ ହେବ ଐଶ୍ୱର୍ଯ୍ୟା ଦୁଃଖୀ ହୋଇଗଲେ

ମୁମ୍ବାଇ: ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଗତବର୍ଷ ସେପ୍ଟେମ୍ବରରେ ମାଆ ବୃନ୍ଦା ରାୟ ଏବଂ ଝିଅ ଆରାଧ୍ୟା ସହ ପହଞ୍ଚିଥିଲେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ବାପା କ୍ରିଷ୍ଣାରାଜ ରାୟଙ୍କ ଜନ୍ମଦିନ ଅବସରରେ ୧୦୦ ଜଣ ଗ୍ରହଣ ଖଣ୍ଡିଆ ପିଲାଙ୍କୁ ଦାନ ଦେବାକୁ ନିଷ୍ପତ୍ତି ନେଇଥିଲେ ଐଶ୍ୱର୍ଯ୍ୟା।

ଯାହା ବି ହେଉ ସେହି ଉତ୍ସବରେ ବହୁତ ଜନଗହଳି ହୋଇଥିବା ବେଳେ ଚାରିଆଡୁ ଗଣମାଧ୍ୟମ ପ୍ରତିନିଧି ଘେରି ରହିଥିଲେ। ବିଭିନ୍ନ ଆଡୁ ଫଟୋଗ୍ରାଫର୍‌ମାନେ ଫଟୋ ନେବାରେ ବ୍ୟସ୍ତ ଥିଲେ। ଐଶ୍ୱର୍ଯ୍ୟା କିଛି ସମୟ ପାଇଁ ଫଟୋ ନ ଉଠାଇବା ପାଇଁ ଫଟୋଗ୍ରାଫର୍‌ଙ୍କୁ କହିଥିଲେ। ମାତ୍ର ସେମାନେ ନ ମାନିବାରୁ ରାଗି ଯାଇଥିଲେ ନୀଳନୟନା। ନିଜ ଉପରୁ ଆୟତ୍ତ ହରାଇ କହିବାକୁ ଲାଗିଲେ କି ‘ମୁଁ ଜାଣିଛି କାଲିର ହେଡ୍‌ଲାଇନ୍‌ ହବ ଦୁଃଖୀ ହୋଇଗଲେ ଐଶ୍ୱର୍ଯ୍ୟା(ଆଇ ନିଉ ନେକ୍ସଟ୍‌ ଡେ ହେଡ୍‌ଲାଇନ୍‌ ଉଡ୍‌ ବି ଐଶ୍ୱର୍ଯ୍ୟା ଗଟ୍‌ ଅପ୍‌ସେଟ୍‌)।’

ନିକଟରେ ସେହି ଘଟଣା ବିଷୟରେ ଐଶ୍ୱର୍ଯ୍ୟାଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା। ତାହାର ଉତ୍ତର ଦେଇ ଐଶ୍ୱର୍ଯ୍ୟା କହିଛନ୍ତି କି ‘ଯେଉଁ ପିଲାମାନଙ୍କୁ ସେଠାରେ ସହାୟତା ମିଳୁଥିଲା ସେମାନଙ୍କ ବାପାମାଆ ପୂର୍ବରୁ କେବେ ଟିଭି ଚ୍ୟାନେଲ୍‌ର ସାମ୍ନା କରିନଥିଲେ। ସେଥିପାଇଁ ସେମାନେ ଟିକେ ଅସହଜ ମନେ କରିବାରୁ ଫଟୋ ନ ଉଠାଇବାକୁ ମୁଁ କହିଥିଲି। ମାତ୍ର ସେ ମୋ କଥା ନଶୁଣିବାରୁ ମୁଁ ଟିକେ ରାଗି ଯାଇଥିଲି।’

ସମ୍ବନ୍ଧିତ ଖବର