ଆଙ୍ଗୁଠି ଆକୃତିରୁ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ!

ପୂର୍ବରୁ ଆପଣ ଜାଣିଥିବେ ଯେ ଚାହାଣୀ, ଆଖି, ନାଭି, ପାଦ ଆଦିରୁ ବ୍ୟକ୍ତିତ୍ୱ ଜାଣିହୁଏ। ତେବେ, ସେହିପରି ଏକଥା ବି ସତ ଯେ ଆଙ୍ଗୁଠିରୁ ବି ବ୍ୟକ୍ତିର ବ୍ୟକ୍ତିତ୍ୱ ଜଣାପଡ଼େ। ସାଧାରଣତଃ ଆଙ୍କୁଠି ୩ ପ୍ରକାରର ହୋଇଥାଏ। ଉପରୋକ୍ତି ଚିତ୍ରଟିରୁ ଜାଣିପାରୁଥିବେ ନିଶ୍ଚୟ ଆଙ୍ଗୁଠି ୩ ପ୍ରକାରର ହୋଇଥାଏ। ଚାରିକୋଣିଆ, ଅଣ୍ଡାକୃତି ଏବଂ ଗୋଲାକାର। ଏ, ବି, ସି ଭାବେ ୩ଟି ଆଙ୍କୁଠି ଦର୍ଶାଯାଇଛି ସେ ଭିତରୁ ଆପଣଙ୍କର କେଉଁଠି ନିଜେ ହିଁ ମିଳାଇ ନିଅନ୍ତୁ।

ଯଦି ଆପଣଙ୍କ ଆଙ୍କୁଠି ‘ଏ’ପରି ତେବେ ଆପଣ ନିଜ ଭାବନା ଲୁଚାଇ ରଖିବାରେ ପ୍ରବୀଣ। ନିଜ ମନର କଥା ଆପଣ କାହାକୁ ବି କହନ୍ତି ନାହିଁ। ଭିତରୁ ଆପଣ ଟିକେ ଆଧ୍ୟାତ୍ମିକ ସ୍ୱଭାବର। ଦୁନିଆ ଲୋକ ଆପଣଙ୍କୁ ଶାନ୍ତ ସ୍ୱଭାବର ବୋଲି ଚିନ୍ତା କରନ୍ତି। ଆପଣ ନିଜକୁ ସ୍ୱତନ୍ତ୍ର ଏବଂ ଉତ୍ତମ ଚରିତ୍ରର ବୋଲି ଅନ୍ୟକୁ ଦେଖାନ୍ତି। ମିଥ୍ୟାକୁ ଖୁବ୍‌ ଘୃଣା କରନ୍ତି। ପ୍ରତିଟି ପରିସ୍ଥିତିରେ ଆପଣ ସତ ଶୁଣିବାକୁ ଚାହାନ୍ତି। ଯେପର୍ଯ୍ୟନ୍ତ ଆପଣ ସାମ୍ନା ଲୋକ ସହ ଭଲ ଭାବେ ନ ମିଶନ୍ତି ସେପର୍ଯ୍ୟନ୍ତ ଠିକ୍‌ରେ କଥା ବି ହୁଅନ୍ତି ନାହିଁ।

ଯଦି ଆପଣଙ୍କ ଆଙ୍ଗୁଠି ‘ବି’ ପରି ତେବେ ତେବେ ଆପଣ ବିଶେଷ କାହା ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ। ଆପଣ ଦିନରେ ସ୍ୱପ୍ନ ଦେଖୁଥିବା ଲୋକଙ୍କ ଭିତରୁ ଜଣେ। ଆପଣଙ୍କ କଳ୍ପନାଶକ୍ତି ଖୁବ୍‌ ଶକ୍ତ। ଆପଣ ସମ୍ବେଦନଶୀଳ ପ୍ରକୃତିର। ଆପଣ ଥରେ କିଛି କରିବା ପାଇଁ ଭାବି ଦିଅନ୍ତି ତ ନ କରିବା ପର୍ଯ୍ୟନ୍ତ ଆପଣଙ୍କୁ ଶାନ୍ତି ମିଳେ ନାହିଁ।

ଯଦି ଅପଣଙ୍କ ଆଙ୍କୁଠି ‘ସି’ ଆକୃତିର ତେବେ ଆପଣ ଅତ୍ୟନ୍ତ ଶାନ୍ତ ପ୍ରିୟ ପ୍ରକୃତିର। କୌଣସି ପ୍ରକାର କଳି ଝଗଡ଼ା କରିବାକୁ ଭଲପାଆନ୍ତି ନାହିଁ। ଆପଣଙ୍କୁ କିଏ କ୍ଷମା ମାଗିଲେ ଆପଣ ଖୁବ୍‌ ସହଜରେ ତାଙ୍କୁ କ୍ଷମା ଦେଇଦିଅନ୍ତି। ଛୋଟ ଛୋଟ କଥାରେ ଭାବପ୍ରବଣ ହୋଇପଡ଼ନ୍ତି।

ସମ୍ବନ୍ଧିତ ଖବର