ହୋଲି ଖେଳିବା ପରେ ସାର୍ଟରେ ଲାଗୁଥିବା ଦାଗକୁ ନେଇ ଚନ୍ତିତ କି? ଆପଣାନ୍ତୁ ଏହି ସହଜ ଉପାୟ

ରଙ୍ଗର ପର୍ବ ହୋଲି ବଡ଼ମାନଙ୍କଠାରୁ ଆରମ୍ଭ କରି ଛୋଟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିଥାଏ । ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ପାଳନ କରି ଥାଆନ୍ତି । କିନ୍ତୁ କିଛି ଲୋକ ହୋଲି ଖେଳିବା ପାଇଁ ଅବିର/ଫଗୁର ବ୍ୟବହାର ନ କରି ଗାଢ଼ା ରଙ୍ଗ ବ୍ୟବହାର କରିଥାଆନ୍ତି । ବେଳେବେଳେ ଏହି ଗାଢ଼ ରଙ୍ଗ ଆପଣଙ୍କ ପସନ୍ଦର ପୋଷାକକୁ ଖରାପ କରି ଦେଇଥାଏ, ଯାହା ଆପଣଙ୍କ ହୋଲିର ମଜାକୁ ଖରାପ କରି ଦେଇଥାଏ । ତେବେ ଯଦି ଆପଣଙ୍କ ପୋଷାକ ଗାଢ଼ା ରଙ୍ଗ ପାଇଁ ଖରାପ ହୋଇ ଯାଉଛି ତେବେ ଏହି ପରି ଉପାୟରେ ତାକୁ ସଫା କରନ୍ତୁ । ଆଜି ଆମେ ଜଣାଇବୁ କେଉଁ ଘରୋଇ ଉପାୟକୁ ବ୍ୟବହାର କରି ଆପଣମାନେ ଗାଢ଼ ଦାଗ ଲାଗିଥିବା ପୋଷାକୁ ସଫା କରି ପାରିବେ ।

୧. ଟୁଥ୍‌ପେଷ୍ଟ : ଯଦି ଆପଣଙ୍କ ପୋଷାକରେ କିଛି ଗାଢ଼ା ରଙ୍ଗ ଲାଗି ଯାଇଛି, ତେବେ ଟୁଥ୍‌ପେଷ୍ଟକୁ ବ୍ୟବହାର କରି ଆପଣ ସେହି ଦାଗକୁ ଛଡ଼ାଇ ପାରିବେ । ସେଥିପାଇଁ ଜେଲ୍‌ ଟୁଥ୍‌ପେଷ୍ଟକୁ ଦାଗ ଉପରେ ଲଗାଇ ତାଙ୍କୁ ଶୁଖିବାକୁ ଦିଅନ୍ତୁ । ଏହା ପରେ ଡ଼ିଟରଜେଣ୍ଟ ସାହାଯ୍ୟରେ ତାକୁ ସଫା କରି ଦିଅନ୍ତୁ । ଦେଖିବେ ପୁରା ଦାଗ ଦୂର ହୋଇଯିବ ।

punjabkesari.in

୨.ବାଲି କାଗଜ : ଘରର ବିଭିନ୍ନ କାମରେ ବାଲି କାଗଜ ଆପଣ ବ୍ୟବହାର କରିଥିବେ । ସାଧାରଣତଃ କବାଟରେ ରଙ୍ଗ ଦେବା ପୂର୍ବରୁ ବାଲି କାଗଜରେ ଭଲ କରି ଘସି ତା’ ପରେ ରଙ୍ଗ ଦିଆ ଯାଇଥାଏ । ସେହିଭଳି ଭାବରେ ବାଲିକାଗଜକୁ ଦାଗ ଲାଗିଥିବା ସ୍ଥାନରେ ଭଲ କରି ଘସିବା ସହ ଡ଼ିଟରଜେଣ୍ଟରେ ଧୋଇ ଦିଅନ୍ତୁ । ଦାଗ ସଫା ହୋଇଯିବ ।

punjabkesari.in

୩.ଆଲ୍‌କହଲ : ହୋଲିକୁ ଭଲ ଭାବରେ ପାଳନ କରି ସାରିବା ପରେ ଦାଗ ଲାଗିଥିବା ପୋଷାକକୁ ଆଲ୍‌କହଲରେ ୧୫-୨୦ମିନିଟ୍‌ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ୨୦ମିନିଟ୍‌ ପରେ ପୋଷାକକୁ ଡ଼ିଟରଜେଣ୍ଟରେ ଭଲ କରି ରଗଡ଼ି ସଫା କରିବା ସହ ଧୋଇ ଦିଅନ୍ତୁ । ଏହା ପରେ କପଡ଼ା ଚମକିବାକୁ ଲାଗିବ ।

୪. ହ୍ଵାଇଟ୍‌ ଭିନେଗାର : ହୋଲିରେ ପିନ୍ଧିଥିବା ପୋଷାକକୁ ଗୋଟେ କପ ହ୍ଵାଇଟ୍‌ ଭିନେଗାରରେ ବୁଡ଼ାଇ ରଖନ୍ତୁ । ଏହା ପରେ ଭଲ କରି ଡ଼ିଟରଜେଣ୍ଟ ସାହାଯ୍ୟରେ ଏହାକୁ ସଫା କରି ନିଅନ୍ତୁ । ସବୁ ଦାଗ ସଫା ହୋଇଯିବ ।

punjabkesari.in
ସମ୍ବନ୍ଧିତ ଖବର