ଓଜନ ହ୍ରାସ ପାଇଁ ପ୍ରତିଦିନ ସକାଳୁ ରସୁଣକୁ ଏପରି ଖାଆନ୍ତୁ

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆଜିକା ସମୟରେ ମେଦବହୁଳତା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇ କୋଲା ରସୁଣ ଚୋବାଇ ଖାଇବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା କିଛିଦିନ ମଧ୍ୟରେ ଆପଣ ପାର୍ଥକ୍ୟ ନିଜେ ଅନୁଭବ କରି ପାରିବେ।

ସକାଳୁ ଖାଲି ପେଟରେ ଦୁଇକୋଲା ରସୁଣ ଚୋବାଇ ଖାଇବା ଦ୍ୱାରା ରକ୍ତରେ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଇଥାଏ। ଶରୀରରୁ ଅନାବଶ୍ୟକ ଚର୍ବି ଓ ତଳି ପେଟରୁ ଅନାବଶ୍ୟକ ଚର୍ବି ଆଦି ବାହାରି ଯାଇଥାଏ।

ନିୟମିତ ୨ଟି ରସୁଣ କୋଲାକୁ ପାଣିରେ ଫୁଟାଇ ଛାଣି ଏହାକୁ ଚା’ପରି ପିଇଲେ ଉଚ୍ଚ ରକ୍ତଚାପ, ମାନସିକ ଚାପ, କର୍କଟ, ହାର୍ଟ ଆଟାକ୍‌ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।

କେବଳ ଏତିିକି ନୁହେଁ, କଞ୍ଚା ରସୁଣରେ ଭିଟାମିନ୍‌-‘ଏ’, ‘ବି’, ‘ସି’, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍‌, ଜିଙ୍କ୍‌, ଲୌହ, ମ୍ୟାଗ୍ନେସିୟମ୍‌ ଓ ଫସଫରସ୍‌ ରହିଥାଏ। ତେଣୁ ରସୁଣ ଖାଇବା ଦ୍ୱାରା ହାର୍ଟ ଆଟାକ୍‌ ହେବାର ଆଶଙ୍କା କମ୍‌ ରହିଥାଏ।

ସମ୍ବନ୍ଧିତ ଖବର