ଆଙ୍ଗୁଠି ଫୁଟାଇବା ଅଭ୍ୟାସ ଅଛି କି ? ତେବେ ହୋଇଯାଆନ୍ତୁ ସତର୍କ

ସାଧାରଣତଃ କିଛି ଲୋକଙ୍କୁ ଖାଲି ସମୟରେ ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ରହିଥାଏ। କିଛି ଲୋକ କାମ କରୁଥିବା ସମୟରେ ମଧ୍ୟ ଅଙ୍ଗୁଠି ଫୁଟାଇବାକୁ ଭଲ ପାଆନ୍ତି। ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥାଏ। ଯାହା ଫଳରେ ସମୟ ସମୟରେ ସେମାନେ ଆଙ୍ଗୁଠି ଫୁଟାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହୋଇପାରେ ହାନିକାରକ । ଏହା ଦ୍ୱାରା ଆପଣ ଅଜଣାତରେ ଦେଉଛନ୍ତି ରୋଗକୁ ନିମନ୍ତ୍ରଣ । ଡାକ୍ତରଙ୍କ ଅନୁଯାୟୀ ଆଙ୍ଗୁଠି ଫୁଟାଇବା ଦ୍ୱାରା ବଢ଼ିଥାଏ ଗଣ୍ଠି ଫୁଲା ରୋଗର ସମ୍ଭାବନା । ଆପଣଙ୍କ ଆଙ୍ଗୁଠି ଫୁଟା ଅଭ୍ୟାସ ଦ୍ୱାରା ଆହୁରି ଅନେକ ରୋଗ ବଢ଼ିବାର ମଧ୍ୟ ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଏକ ରିପୋର୍ଟରୁ ଜଣାପଡ଼ିଛି ଆଙ୍ଗୁଠି ଫୁଟାଇବା ସମୟରେ ଏହାର ଗଣ୍ଠଉପରେ ପ୍ରଭାବ ପକାଇବା ସହ ଗଣ୍ଠିର ହାଡ ମଧ୍ୟରେ ଥିବା ଦୂରତାକୁ ବଢ଼ାଇବାରେ ଲାଗିଥାଏ। ଶରୀରର ହାଡ଼ ଲିଗାମେଣ୍ଟ ସହ ଯୋଡ଼ି ହୋଇରହିଥାଏ ଯାହାକୁ ଗଣ୍ଠି କୁହାଯାଇଥାଏ। ଏହି ଗଣ୍ଠି ମଧ୍ୟରେ କାର୍ବନ ଡ଼ାଇ ଆକ୍ସସାଇଡ଼ ରହିଥାଏ ଯାହା ଗଣ୍ଠିମଧ୍ୟରେ ଗ୍ରୀସ୍‌ ବା ତୈଳ ପଦାର୍ଥ ଭାବେ କାମ କରିଥାଏ। ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ଏହି ଦ୍ରବ୍ୟ ଶେଷ ହୋଇଯାଇଥାଏ।

BBC.com

ଗଣ୍ଠି ଗୁଡ଼ିକରେ ଚାପ କମ ହେବା ଦ୍ୱାରା ସୃଷ୍ଟି ଖାଲି ସ୍ଥାନଗୁଡ଼ିକରେ କାର୍ବନ ଡ଼ାଇଅକ୍ସସାଇଡ଼ ଭର୍ତ୍ତି ହୋଇ ବୁଦ୍‌ବୁଦ ସୃଷ୍ଟି କରିଥାଏ । ଏଥିପାଇଁ ଆଙ୍ଗୁଠି ଫୁଟାଇଲେ ଶବ୍ଦ ଶୁଣାଯାଇଥାଏ। ଥରେ ଏହି ବୁଦ୍‌ବୁଦା ଫୁଟିଲା ପରେ ଏହା ଆଉଥରେ ପ୍ରସ୍ତୁତ ହେବା ପାଇଁ ୧୫-୩୦ ମିନିଟ ସମୟ ଲାଗିଥାଏ। ଏଥିପାଇଁ ସାଙ୍ଗେ ସାଙ୍ଗେ ଆଙ୍ଗୁଠି ଫୁଟାଇବା ଦ୍ୱାରା କିଛି ଶବ୍ଦ ଶୁଣା ଯାଇନଥାଏ। ବାରମ୍ବାର ଏପରି କରିବା ଦ୍ୱାରା ଗଣ୍ଠି ଗୁଡ଼ିକ ର୍ଦୁବଳ ହୋଇଯାଇଥାଏ ଏବଂ ସଠିକ ଭାବେ କାର୍ବନ ଡ଼ାଇଅକ୍ସସାଇଡ଼ ଉତ୍ପନ୍ନ ହୋଇନଥାଏ ଯାହା ଫଳରେ ଗଣ୍ଠି ଫୁଲା ରୋଗ ହୋଇଥାଏ। ଏଣୁ ଯଦି ଆପଣଙ୍କୁ ମଧ୍ୟ ଅଙ୍ଗୁଠି ଫୁଟାଇବା ଅଭ୍ୟାସ ଅଛି ତେବେ ଯେତେ ଶୀଘ୍ର ଏହାକୁ ବଦଳିବାକୁ ଚେଷ୍ଟା କରନ୍ତୁ ।

ସମ୍ବନ୍ଧିତ ଖବର