ପ୍ରେମିକାଙ୍କ ଏହି ଇଚ୍ଛା ପୂରଣ କରି ପାରନ୍ତି ନାହିଁ ପ୍ରେମିକ !

ପ୍ରେମିକ ନିଜର ପ୍ରେମିକାଙ୍କୁ ଯେତେ ଭଲ ପାଇଲେ ବି ସେ ତାଙ୍କର କେତେକ ଇଛାକୁ ପୂରଣ କରିପାରନ୍ତି ନାହିଁ। ଗାର୍ଲଫ୍ରେଣ୍ଡ୍‌ ଭାବନ୍ତି ତାଙ୍କର ପ୍ରେମିକ ଏସବୁ ଇଛାକୁ ପୂରଣ କରନ୍ତୁ,କିନ୍ତୁ ତାହା ଅଧିକାଂଶଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ।
ଆସନ୍ତୁ ଜାଣିବା ସେସବୁ କ’ଣ?
ଯୁବତୀମାନେ ସାଧାରଣତଃ ଖାଦ୍ୟପ୍ରିୟ।ସେମାନେ ନିଜର ମନପସନ୍ଦ ଖାଦ୍ୟ ଖାଇବାକୁ ଚାହାଁନ୍ତି।ଆଉ ଗର୍ଲଫ୍ରେଣ୍ଡ୍‌ଙ୍କୁ ଏଥିପାଇଁ ବୟଫ୍ରେଣ୍ଡ୍‌ ଅନେକ ସମୟରେ ହୋଟେଲ୍‌ ବା ରେସ୍ତୁରାଁକୁ ନେଇ ଏପରିକି ରାସ୍ତାକଡ଼ରେ ତାଙ୍କର ପ୍ରିୟ ଖାଦ୍ୟ ଖୁଆଇ ଥାଆନ୍ତି। ହେଲେ କେବେ ବି ଏ ପ୍ରସଙ୍ଗରେ ଏକ ଇଛା ପୂରଣ କରିନଥାନ୍ତି ଏମାନେ।ତାହା ହେଲା,ପ୍ରେମିକା ଚାହେଁ ପ୍ରେମିକ ନିଜ ହାତରେ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରି ଖୁଆଉ।ଏହା କିନ୍ତୁ ସମ୍ଭବ ହୋଇନଥାଏ।

photo–indianexpress.com

ଯୁବତୀମାନେ ଅଧିକ ସପିଂ କରିବାକୁ ଭଲ ପାଆନ୍ତି।ଏଥିପାଇଁ ଅଧିକାଂଶ ସମୟରେ ପ୍ରେମିକା ପ୍ରେମିକ ଉପରେ ଚାପ ପକାଇଥାଏ।କିନ୍ତୁ ଏମିତି କେବେ ବି ହୁଏ ନାହିଁ ଯେ ପ୍ରେମିକ ପ୍ରେମିକାକୁ ନିଜ ଆଡ଼ୁ ସପିଂରେ ଯିବାପାଇଁ କହନ୍ତି ନାହିଁ।
ଯୁବତୀମାନେ ଚାହାଁନ୍ତି ଯେ ପ୍ରେମିକ ତାଙ୍କର ମୁହଁରୁ ମନର କଥା ଜାଣି ପାରନ୍ତୁ। ମୁହଁଖୋଲି କହିବା ପୂର୍ବରୁ ପ୍ରେମିକ ତାଙ୍କର ସମସ୍ତଙ୍କର ଇଛା ପୂର୍ଣ୍ଣ କରନ୍ତୁ।କିନ୍ତୁ ଏହା ଅଧିକାଂଶ କ୍ଷେତ୍ରରେ ହୋଇନଥାଏ।ଏହି କାରଣରୁ ଅନେକ ସମୟରେ ପ୍ରେମିକା ପ୍ରେମିକ ଉପରେ ବିରକ୍ତ ହୋଇଥା’ନ୍ତି।
ଏକଥାରେ ଦ୍ୱିମତ ନାହିଁ ଯେ ଯୁବତୀମାନେ ଚାହାଁନ୍ତି ସେମାନଙ୍କୁ ପ୍ରତ୍ୟେକ ଅବସରରେ କିଛି ନା କିଛି ଉପହାର ମିଳୁ।ଏହାଦ୍ୱାରା ନିଜକୁ ସ୍ପେସିଆଲ୍‌ ଫିଲ୍‌ କରିଥା’ନ୍ତି ପ୍ରେମିକା।କିନ୍ତୁ ତାଙ୍କର ଏହି ଇଛାକୁ ସର୍ବଦା ପୂରଣ କରି ନଥା’ନ୍ତି ପ୍ରେମିକ।
ପ୍ରେମିକା ଚାହେଁ ପ୍ରେମିକ ଆଗେ ତାକୁ ବାହା ହେବା ଲାଗି ପ୍ରସ୍ତାବ ଦେଉ ଓ ସେ ନିଜ ଘର ଲୋକଙ୍କୁ ରାଜି କରାଉ। ହେଲେ ଏହି ଇଛା ବି ଅନେକଙ୍କ କ୍ଷେତ୍ରରେ ପୂରଣ କରିବା ସମ୍ଭବପର ହୋଇ ନଥାଏ।

ସମ୍ବନ୍ଧିତ ଖବର