ଏହି ପତ୍ରର ରସ ପିଇଲେ ସଫା ହୁଏ ଗଳା; ଏଥିରେ ଫେସିଆଲ୍‌ କଲେ ଚମକିବ ତ୍ବଚା

ଏମିତି ଅନେକ ପତ୍ର ଅଛି ଯାହାକୁ ଆମେ ଖାଇବାରେ ବ୍ୟବହାର କରିିଥାଉ। ସେଥିମଧ୍ୟରୁ ପୋଦିନା ପତ୍ର ଅନ୍ୟତମ। ଏହାକୁୁ ଚଟଣି ସହ ସାଲାଡ୍‌, ରାଇତା ଓ ବିରିଆନି ଆଦି ଖାଦ୍ୟରେ ଆଗ ଖୋଜା ପଡ଼େ। ଏହାର ବାସ୍ନା ସହ ସ୍ବାଦ ନିଶ୍ଚିତ ଭାବେ ନିଆରା। ପେଟର ବିଭିନ୍ନ ସମସ୍ୟାକୁ ଠିକ୍‌ କରୁଥିବା ଏହି ଉପକାରୀ ଉଦ୍ଭିଦର ଅନେକ ଔଷଧୀୟ ଗୁଣ ରହିଛି। ପୋଦିନା ଆଣ୍ଟିବାୟୋଟିକ୍‌ ଔଷଧର କାର୍ଯ୍ୟ ତୁଲାଇବା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।

ଥଣ୍ଡା ରୋଗରେ ନିୟମିତ ପୀଡ଼ିତ ହେଉଥିଲେ ପୋଦିନା ରସରେ ଗୋଲମରିଚ ଏବଂ ବିଟ୍‌ଲୁଣ ପକାଇ ତାକୁ ଚା’ ଭଳି ଫୁଟାଇ ପିଇବା ଦ୍ୱାରା ଏହି ରୋଗରୁ ଆରୋଗ୍ୟ ମିଳିଥାଏ। ଆପଣଙ୍କୁ ଯଦି ବାରମ୍ବାର ହାକୁଟି ଆସୁଥାଏ ତ ଏହାର ପତ୍ରକୁ ଚୋବାଇ ଖାଇବା ଦ୍ବାରା ହାକୁଟିକୁ ନିୟନ୍ତ୍ରଣ କରାଯାଇପାରେ।

ଏହା ଛଡ଼ା ଖଣ୍ଡିଆଖାପରାରେ ବି ଏହି ପତ୍ରକୁ ବ୍ୟବହାର କରାଯାଇପାରେ। କୌଣସି ସ୍ଥାନ ମାଡ଼ ହେଇ କ୍ଷତ ସୃଷ୍ଟି ହୋଇଥିଲେ ସେହି ସ୍ଥାନରେ ତାଜା ପୋଦିନା ପତ୍ରକୁ ଦଳି ତା’ର ରସ ଲଗାଇଦେଲେ ତାହା ତୁରନ୍ତ ଶୁଖିଯାଏ। ସେହିପରି ଶରୀର କୁଣ୍ଡେଇ ହେଇ ଫଳି ଯାଉଥିଲେ କିମ୍ବା ଅନ୍ୟାନ୍ୟ ଚର୍ମରୋଗ ଥିଲେ ତାଜା ପୋଦିନା ପତ୍ରକୁ ନେଇ ତାକୁ ଭଲ ଭାବେ ଛୋଚି ଦିଅନ୍ତୁ, ଏହାକୁ ପ୍ରଭାବିତ ତ୍ୱଚାରେ ଲଗାନ୍ତୁ। ପୋଦିନା ରସକୁ ମିଶାଇ ସେଥିରେ କୁଳି କରିବା ଦ୍ୱାରା ସ୍ୱରରେ ସ୍ୱଚ୍ଛତା ଆସେ। ଗଳା ବସିଥିଲେ ତାହା ସାଧାରଣ ଅବସ୍ଥାକୁ ଫେରିଆସେ।

ଆପଣଙ୍କର ତ୍ୱଚା ଯଦି ତେଲିଆ ହୋଇଥାଏ ତେବେ ପୋଦିନାରୁ ପ୍ରସ୍ତୁତ ଫେସିଆଲ୍‌ ଆପଣଙ୍କ ପାଇଁ ଖୁବ୍ ଭଲ ସାବ୍ୟସ୍ତ ହେବ।  ଭଲ ଭାବେ ପେଷା ଯାଇଥିବା ଦୁଇ ବଡ଼ ଚାମଚ ପୋଦିନା ପତ୍ର ଦୁଇ ଚାମଚ ଦହି ଏବଂ ଗୋଟେ ବଡ଼ ଚାମଚ ଓଟ୍‌ମିଲ୍‌-ଏସବୁକୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ନିଜ ଶରୀରରେ ଲଗାନ୍ତୁ। ପନ୍ଦର ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ତାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଅତିକମ୍‌ରେ ଦୁଇଥର ଏପରି କରିବା ଦ୍ୱାରା ତେଲିଆ ତ୍ୱଚାର ସାଧାରଣ ଅବସ୍ଥା ଫେରିପାଏ। ତ୍ୱଚା ସୁସ୍ଥ ଓ ସୁନ୍ଦର ରହେ।

 

ସମ୍ବନ୍ଧିତ ଖବର