ଗଳାରେ ସଂକ୍ରମଣ ହୋଇଥିଲେ କ’ଣ କରିବେ?

ଅନେକ ସମୟରେ ଆମର ଗଳା ଖରାପ ହୋଇଥାଏ। ଆଉ କେତେକ ମନେ କରନ୍ତି ଯେ,ବୋଧହୁଏ କୌଣସି ସଂକ୍ରମଣ ହେତୁ ଏଭଳି ଘଟିଥାଏ। ତେବେ କାରଣ ଯାହା ହେଉନା କାହିଁକି ,ଏଥିରୁ ରକ୍ଷା ପାଇବାର ଉପାୟ ଜାଣିବା ଜରୁରୀ। ଆସନ୍ତୁ ଜାଣିବା କେତେକ ଘରୋଇ ଉପଚାର ସଂପର୍କରେ!……

photo-medicalnewstoday

ଅଦା-ମହୁ:- ଆପଣ ଚାରିଟି ଅଦାକୁ ଭଲ ଭାବେ ଛେଚି ସେଥିରେ ମହୁ ମିଶାନ୍ତୁ। ତା’ପରେ ସେଥିରେ ଗୋଲମରିଚ ମିଶାଇ ଏକ ପେଷ୍ଟ୍‍ ତିଆରି କରନ୍ତୁ। ଏହାକୁ କିଛି ସମୟ ବ୍ୟବଧାନରେ ଖାଇଲେ ,ଗଳା ସଫା ହୋଇଥାଏ। ଅଦା ଜାଗାରେ ରସୁଣର ପ୍ରୟୋଗ ବି କରିପାରନ୍ତି।

ଲବଙ୍ଗ,ଗୋଲମରିଚ ଓ ମହୁ:- ଏକ ଗ୍ଲାସ୍‌ ପାଣି ଫୁଟାନ୍ତୁ। ସେଥିରେ ଗୁଣ୍ଡ ଲବଙ୍ଗ,ଟିକେ ଗୋଲମରିଚ ଗୁଣ୍ଡ ଓ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ପ୍ରତି ସକାଳେ ପିଇଲେ ଗଳା ସଫା ହେବା ସହିତ ସୁସ୍ଥ ରହିଥାଏ।

ମେଥି:ଜଳରେ କିଛି ମେଥି ମିଶାଇ ଗରମ କରନ୍ତୁ। ତା’ପରେ ସେହି ପାଣିକୁ ଛାଣି କୁଳା କରନ୍ତୁୁ। ଏହାଦ୍ୱାରା ଗଳାରେ ଥିବା ସଂକ୍ରମଣ ଭଲ ହୋଇଯିବ ଓ ଗଳାକୁ ଆରାମ ମିଳିବ।

ତେଜପତ୍ରର ଚା’:- ଜଳରେ ଚିନି,ଚାହା ପତି ଓ କିଛି ତେଜପତ୍ର ମିଶାଇ ଫୁଟାଇ ଚାହା ପ୍ରସ୍ତୁତ କରନ୍ତୁ।ଏହାକୁ ପିଇଲେ ବି ଗଳାକୁ ଆରାମ ମିଳିଥାଏ ଓ ଗଳା ସୁସ୍ଥ ରହେ।

ସମ୍ବନ୍ଧିତ ଖବର