ଜିଓ ମ୍ୟୁଜିକ୍‌-ସାବନ୍‌ ମିଶ୍ରଣ

ମୁମ୍ବାଇ: ରିଲାଏନ୍‌ସ ଜିଓ ମ୍ୟୁଜିକ୍‌ ସହିତ ସାବନ୍‌ର ମିଶ୍ରଣ ବିଷୟରେ ଘୋଷଣା କରାଯାଇଛି। ଏହି ବୁଝାମଣାର ମୂଲ୍ୟ ୧୦୦ କୋଟି ଡଲାର ହେବ ବୋଲି ଆକଳନ କରାଯାଇଛି। ଦୁଇ ସଂସ୍ଥାର ମିଶ୍ରଣରେ ଗଠିତ ହେବାକୁ ଥିବା ନୂଆ ସଂସ୍ଥାରେ ରିଲାଏନ୍‌ସ ଜିଓ ୧୦୦ ନିୟୁତ ଡଲାର ନିବେଶ କରିବ। ସେଥି ମଧ୍ୟରୁ ୨୦ ନିୟୁତ ଡଲାର କେବଳ ଏହି ପ୍ଲାଟଫର୍ମର ଅଭିବୃଦ୍ଧି ତ୍ୱରାନ୍ଵିତ କରିବା ଦିଗରେ ବିନିଯୋଗ କରାଯିବ। ଏହାକୁ ବିଶ୍ୱର ଅଗ୍ରଣୀ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ସଂସ୍ଥା ଭାବେ ବିକଶିତ କରାଯିବ। ସାବନ୍‌ର ସହ ପ୍ରତିଷ୍ଠାତା ଋଶି ମଲହୋତ୍ରା, ପରମଦୀପ ସିଂହ ଓ ବିନୋଦ ଭଟ୍ଟ ମିଶ୍ରିତ ସଂସ୍ଥାରେ ପରିଚାଳନା କର୍ତୃପକ୍ଷର ଅଂଶ ହୋଇ ରହିବେ। ସାବନ୍‌ରେ ଟାଇଗର୍‌ ଗ୍ଲୋବାଲ୍‌ ମ୍ୟାନେଜମେଣ୍ଟ୍‌, ଲିବର୍ଟି ମିଡିଆ ଓ ବର୍ଟେଲସ୍‌ମ୍ୟାନ୍‌ ଭଳି ସଂସ୍ଥାର ଅଂଶଧନ ରହିଛି। କଂପାନିର ପୁରୁଣା ଅଂଶଧନକାରୀଙ୍କଠାରୁ ରିଲାଏନ୍ସ ୧୦୪ ନିୟୁତ ଡଲାରର ସେୟାର ଖରିଦ କରିବ।

ସମ୍ବନ୍ଧିତ ଖବର