ଓଡ଼ିଶାର କଳା କ୍ଷେତ୍ରରେ ଶିଳ୍ପୀ ଗୋପାଳ କାନୁନଗୋଙ୍କ ଅବଦାନ ସ୍ବତନ୍ତ୍ର

ଗ୍ରୁପ ଖଲିକୋଟିଆନ ପକ୍ଷରୁ 3ୟ "କଳା ଓ କଳାକାର" ଆଲୋଚନା ଚକ୍ର

ଭୁବନେଶ୍ବର : ଗ୍ରୁପ ଖଲ୍ଲିକୋଟିଆନ୍ ଆନୁକୂଲ୍ୟରେ ଗୁଗୁଲ ମିଟ୍ ମାଧ୍ୟମରେ ତୃତୀୟ “କଳା ଓ କଳାକାର” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କଳା ଚର୍ଚ୍ଚାରେ ଓଡ଼ିଶାର ବିଶିଷ୍ଟ ଶିଳ୍ପୀ ଗୋପାଳ କାନୁନ୍‌ଗୋଙ୍କ କର୍ମମୟ ଶିଳ୍ପୀ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।

ବିଶିଷ୍ଟ କଳା ଐତିହାସିକ ତଥା ବିକେ ଆର୍ଟ କଲେଜ ର ପୂର୍ବତନ ଅଧ୍ୟକ୍ଷ ଡ: ଅଲେଖ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚର୍ଚ୍ଚାରେ ବିଶିଷ୍ଟ କଳା ସମୀକ୍ଷକ ତଥା ଓଡିଶା ଲଳିତ କଳା ଏକାଡେମୀ ର ପୂର୍ବତନ ପ୍ରଡକସନ୍ ଅଫିସର୍  ହରେକୃଷ୍ଣ ରାଉତ ମୁଖ୍ୟ ବକ୍ତା ଭାବରେ ଅଂଶଗ୍ରହଣ କରି କହିଥିଲେ କି ସେ କିପରି ଭାବରେ ସେତେବେଳେ ରେଭେନ୍ସା ମହାବିଦ୍ୟାଳୟ ରୁ ବି.ଏ ପାସ୍ କରି ମଧ୍ୟ କଲିକତା ଯାଇଥିଲେ ଚିତ୍ର କଳା ଶିକ୍ଷା କରିବା ପାଇଁ ଓ ଖଲିକୋଟ ଚାରୁ ଓ କାରୁ କଳା ବିଦ୍ୟାଳୟରେ ଅଧ୍ୟାପକ ଭାବେ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରିୟପାତ୍ର ହୋଇ ମଧ୍ୟ ସେଠାରେ ସ୍ଥାୟୀ ଭାବରେ ତାଙ୍କୁ ରଖାଇଦିଆଯାଇ ନଥିଲା । ଡ.ଅଲେଖ ଚରଣ ସାହୁ ତାଙ୍କର ଜୀବନ ଶୈଳୀ ସହିତ ଓଡିଶାର ସେତେବେଳର ଚିତ୍ରକଳା ପରିସ୍ଥିତି ଓ ପାଶ୍ଚାତ୍ୟ ଚିତ୍ର ଶିଳ୍ପୀଙ୍କ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ଏବଂ ସେ କିପରି ଏକାଧାରରେ ଜଣେ ଚିତ୍ର ଶିଳ୍ପୀ,ଅନୁବାଦକ,ସାହିତ୍ୟିକ,ପ୍ରାବନ୍ଧିକ ଓ କଳା ସମୀକ୍ଷକ ଥିଲେ ବର୍ଣ୍ଣନା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର  ରେବତୀକାନ୍ତ ମହାରଣା ଆନୁଷ୍ଠାନିକ ସ୍ବାଗତ ଭାଷଣ ଦେଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ଏହି ଆଲୋଚନା ଚକ୍ର ରେ ଗ୍ରୁପ ଖଲିକୋଟିଆନ୍ ର ଚିଫ୍ ଆଡ୍‌ମିନ ଅସିତ କୁମାର ପଟ୍ଟନାୟକ ଓ ଓଡିଶା ଲଳିତ କଳା ଏକାଡେମୀ ର ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର କାନୁନଗୋ ,ବରିଷ୍ଠ ଚିତ୍ର ଶିଳ୍ପୀ ଜୟନ୍ତ କୁମାର ଦାସ, ପଞ୍ଚାନନ ସୁର, ଶୀତଲ ମହାପାତ୍ର,ରାଜବଲ୍ଲଭ ସାହୁ,କାଳୀ ଚରଣ ପାଢୀ,କୁମାର ଦେବ,ଶଶିକାନ୍ତ ରାଉତ,ନିକୁନ୍ଜ ଦାସ, ରମେଶ ଦେ, ସୁରଥ ଚୌଧୁରୀ,ପ୍ରଭାକର ପାତ୍ର, ମାନସ ପତି, ଡିକେ ବିଶ୍ୱାଳ,ଉତ୍ତମ ଓଝା ଏବଂ ଅଶୋକ ପଟ୍ଟନାୟକ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ପରିଶେଷରେ ଶିଳ୍ପୀ ୰ ନିରଞ୍ଜନ ମହାପାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ କୈଳାଶ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର