ଭୁବନେଶ୍ୱର: କଣ୍ଟେନମେଣ୍ଟ ଜୋନ୍‌ରେ ୪ବସ୍ତି

ଭୁବନେଶ୍ୱର: ନୂଆପଲ୍ଲୀ ଅଞ୍ଚଳର ବସ୍ତିଗୁଡ଼ିକ ହଟସ୍ପଟ୍‌ ପାଲଟିଛି। ତେଣୁ ବିଏମ୍‌ସି ଏଠାରେ ଥିବା ସୀତାପୁର ବସ୍ତି, ତ୍ରିନାଥ ବସ୍ତି, ଗଣପତି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। ସେହିପରି ମହିଷାଖାଲ ନିକଟସ୍ଥ ହରିନଗର ବସ୍ତିକୁ ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। ମହିଷାଖାଲ ବସ୍ତି ଓ ହରିନଗରରୁ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାଲିଆସାହିରୁ ୩୫ଜଣ, ତ୍ରିନାଥ ବସ୍ତିରୁ ୨୩ଜଣ, ସୀତାପୁର ବସ୍ତିରୁ ୨୮ଜଣ, ଗଣପତି ବସ୍ତିରୁ ୧୫ଜଣ, ଗାନ୍ଧୀନଗର ବସ୍ତିରୁ ୯ଜଣ ଚିହ୍ନଟ ହେ‌ାଇଛନ୍ତି। ରାଜଧାନୀର ୩୦ ବସ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ଏହା ଉପରେ କଡ଼ା ନଜର ରଖିଛି। ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ପକ୍ଷରୁ ୧୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାବେଳେ ଏଥିରୁ ସୂର୍ଯ୍ୟନଗର, ଯଦୁପୁର, ସୁନ୍ଦରପଦାସ୍ଥିତ ଆଜାଦ ନଗର, ବମିଖାଲ, ସତ୍ୟନଗର, ସୁବାସନଗର ବସ୍ତି, ନୂଆଗାଁ, ଲକ୍ଷ୍ମୀ ବଜାର ବସ୍ତିରୁ କଣ୍ଟେନମେଣ୍ଟ ଜୋନ୍‌ ଉଠିଗଲାଣି।

ସମ୍ବନ୍ଧିତ ଖବର