ଖଣ୍ଡଗିରି : ‘ମାଛ’ ଡକାରୁ ଗୋଷ୍ଠୀ ସଂଘର୍ଷ, ୮ ଗିରଫ

ଖଣ୍ଡଗିରି : ୯ ତାରିଖ ଭସାଣ ଉତ୍ସବ ରାତିରେ ବରମୁଣ୍ଡା ଡେଲ୍‌ଟା ଛକରେ ଘଟିଥିବା ଏକ ‌ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ଉଭୟ ପକ୍ଷର ୮ଜଣ ଅଭିଯୁକ୍ତଙ୍କୁ ଖଣ୍ଡଗିରି ଥାନା ପୁଲିସ କୋର୍ଟଚାଲାଣ କରିଛି। ସେମାନେ ହେଲେ, ୟୁନିଟ୍‌-୮ ତୁଳସୀ ବସ୍ତିର ରାଜୁ ରେଡ୍ଡୀ(୨୯), କାହ୍ନା ଡାକୁଆ(୨୮), ଦୁଷ୍ମନ୍ତ ସାହୁ(୨୧), ଏୟାରଫିଲ୍ଡ ଥାନା ପଳାସପଲ୍ଲୀ ବସ୍ତିର ପ୍ରଶାନ୍ତ ବେହେରା(୨୪) ଓ ଗୋବର୍ଧନ ସାହୁ(୨୫)। ଅନ୍ୟ ପକ୍ଷରୁ ଗିରଫ ହୋଇଥିବା ୩ଜଣ ହେଲେ, ୟୁନିଟ୍‌-୮ର ସ୍ବୃତିରଂଜନ ସେନାପତି(୨୪), ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓରଫ ପୁନିଆ(୨୦) ଓ ସଂଜୟ କୁମାର ଦଳେଇ ଓରଫ ବାଇନ(୨୦)।

ପୁଲିସ ସୂଚନାନୁସାରେ, ତିନି ସାଙ୍ଗ ସ୍ମୃତି, ବାଇନ ଓ ପୁନିଆ ଏକାଠି ହୋଇ ଭସାଣ ଦେଖିବା ପାଇଁ ବରମୁଣ୍ଡା ମେଢ଼ ପାଖକୁ ଯାଉଥିଲେ। ଡେଲ୍ଟା ଛକରେ ବିଦ୍ୟୁତ୍ ଝଳେଇ ଦୋକାନ କରିଥିବା ରାଜୁ ରେଡ୍ଡୀ ଓ ତା’ର ଚାରି ସାଙ୍ଗ ଦୋକାନରେ ଭୋଜି କରୁଥିଲେ। ରାଜୁ ଦୋକାନ ଦେଇ ତିନି ସାଙ୍ଗ ଅତିକ୍ରମ କରୁଥିବା ବେଳେ କେହି ଜଣେ ମାଛ ବୋଲି ଡାକି ଦେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଇନ ଓ ତା’ର ଦୁଇ ସାଙ୍ଗ ରାଜୁ ଦୋକାନ ପାଖକୁ ଯାଇ କାହିଁକି ‌କମେଣ୍ଟ କଲା ବୋଲି ପଚାରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟ କଥା କଟାକଟି ଓ ପରେ ପରେ ହାତାହାତି ହୋଇଥିଲା। ଫଳରେ ବାଇନର ମୁଣ୍ଡ ଓ ମୁହଁରେ କ୍ଷତ ସୃଷ୍ଟି ହୋଇଥିଲା। ଏ ନେଇ ଉଭୟ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର