ଅନୁଗୁଳ-ସୁକିନ୍ଦା ରେଳପଥ ଲିମିଟେଡ୍‌ର ନୂଆ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ବର : ଅନୁଗୁଳ-ସୁକିନ୍ଦା ଲିମିଟେଡ୍‌ର ନୂଆ କର୍ପୋରେଟ୍‌ କାର୍ଯ୍ୟାଳୟ ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଯାଇଛି। ଗଜପତିନଗରଠାରେ ଏହି କାର୍ଯ୍ୟାଳୟକୁ ରେଳ ବିକାଶ ନିଗମର (ଦିଲ୍ଲୀସ୍ଥିତ) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗୌର ଉଦ୍‌ଘାଟନ କରିଛନ୍ତି।

ଅନୁଗୁଳ-ସୁକିନ୍ଦା ରେଳପଥ ଲିମିଟେଡ୍‌ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରେଳ ବିକାଶ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସରୋଜକାନ୍ତ ପାତ୍ର, ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ପ୍ରଦୀପ କୁମାର ମହାନ୍ତି ଓ ମହାପ୍ରବନ୍ଧକ (ବିଦ୍ୟୁତ୍‌) ସୁଶାନ୍ତ କୁମାର ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ। ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ଜୁନ୍‌ ୨୦୨୨ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଅନୁଗୁଳ-ସୁକିନ୍ଦା ରେଳପଥ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟ କହିଛନ୍ତି। ସେ ଆହୁରି କହିଲେ, ବହୁ ପ୍ରତିକୂଳ ପରିସ୍ଥିତିରେ ବି ଏହି ପ୍ରକଳ୍ପର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି।

ସମ୍ବନ୍ଧିତ ଖବର