ଅର୍ଚ୍ଚନା ନାଗ ମାମଲା: ଜେଲ୍‌ରେ ଜେରା କରିବ ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗ ବ୍ଲାକମେଲ୍‌ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେରା କରିବ ଇଡି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଅଭିଯୁକ୍ତମାନଙ୍କୁ ଜେଲ୍‌ରେ ଜେରା କରିବା ପାଇଁ ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଗୋଟିଏ ପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ୍‌ ତଥ୍ୟ ହାତେଇବା ପାଇଁ କୋଲକାତାସ୍ଥିତ କେନ୍ଦ୍ରୀୟ ଫରେନ୍‌ସିକ୍‌ ସାଇନ୍ସ ଲ୍ୟାବ୍‌ (ସିଏଫ୍‌ଏସ୍‌ଏଲ୍‌) ପଠାଯାଇଥିବା ବେଳେ ଅନ୍ୟପଟେ ଅଭିଯୁକ୍ତଙ୍କୁ ଜେଲ୍‌ରେ ଜେରା ହେବା ନେଇ କୋର୍ଟରେ ଆବେଦନ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି କରିଛି।

ସିଏଫ୍‌ଏସ୍‌ଏଲ୍‌ ଗଲା ୩ ମୋବାଇଲ
ଭିଡିଓ କନ୍‌ଫରେନ୍ସିଂରେ ହାଜର ହେଲେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବର
ଆସିଲେନି ଶ୍ରଦ୍ଧାଞ୍ଜଳି

ଗତ ଶୁକ୍ରବାର ଦିନ ଚାନ୍ଦ ଦମ୍ପତିଙ୍କ ୩ଟି ମୋବାଇଲ୍‌କୁ ସିଏଫ୍‌ଏସ୍‌ଏଲ୍‌କୁ ପଠାଯାଇଛି। ସେଥିରୁ ଅନେକ ଗୁମର ଖୋଲିବ ବୋଲି ଜଣାପଡ଼ିଛି। କେଉଁମାନେ ଅର୍ଚ୍ଚନା ସହ ସମ୍ପୃକ୍ତ ଥିଲେ? କିଏ କି‌ଏ ରୀତିମତ ଯୋ‌ଗାଯୋଗ କରୁଥିଲେ? କେଉଁମାନଙ୍କ ସହ ଆର୍ଥିକ କାରବାର ନେଇ କିଛି ତଥ୍ୟ ଅଛି କି? ସମସ୍ତ ଦିଗକୁ ନେଇ ଇଡି ଖୋଳତାଡ଼ କରିବ। ଅନ୍ୟପଟେ ଆଜି ସାକ୍ଷୀ ଶ୍ରଦ୍ଧାଞ୍ଜଳି ବେହେରା କୋର୍ଟରେ ହାଜର ପାଇଁ ସମନ୍‌ କରାଯାଇଥିଲେ ବି ସେ ହାଜର ହୋଇ ନଥିଲେ। ହେଲେ ଭିଡିଓ କନଫରେନ୍ସିଂ ଯୋଗେ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଓ ସାଥୀ ଖଗେଶ୍ୱର ହାଜର ‌ହୋଇଥିଲେ।

ସମ୍ବନ୍ଧିତ ଖବର