ବିବିଏ ଛାତ୍ର ଅପହରଣ ମାମଲା: ଟିଆଇ ପରେଡ୍‌ରେ ୪ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ବର : ବିବିଏ ଛାତ୍ର ଈଶାନ ଅଗ୍ରୱାଲ୍‌ଙ୍କୁ ଅପହରଣ କରିଥିବା ୪ ଅପହର୍ତ୍ତାଙ୍କର ଶୁକ୍ରବାର ଦିନ ଟିଆଇ ପରେଡ୍‌ କରାଯାଇଛି। ମାଜିଷ୍ଟ୍ରେଟ୍‌ ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଈଶାନ‌ ଜେଲ୍‌କୁ ଯାଇ ୪ଜଣଙ୍କୁ ଚିହ୍ନଟ କରିଥିଲେ। ଏହାପରେ ସେମାନଙ୍କୁ ୭ଦିନିଆ ରିମାଣ୍ଡ ପାଇଁ ଲକ୍ଷ୍ମୀସାଗର ଥାନା ପୁଲିସ ଆବେଦନ କରିଛି।

ଗତ ୩୧ ତାରିଖ ଅପରାହ୍ନରେ ଅପହର୍ତ୍ତାମାନେ ଝାରାପଡ଼ା ଜେଲ୍‌ ନିକଟ ଏକ ଓମ୍ଫେଡ୍‌ ବୁଥ୍‌ରୁ ଈଶାନଙ୍କୁ ଅପହରଣ କରି ବାପା ରାମରୁପ ଅଗ୍ରୱାଲ୍‌ଙ୍କୁ ଫୋନ୍‌ କରି ୩୦ଲକ୍ଷ ଟଙ୍କା ଦାବି କରିଥିଲେ। ୩୬ ଘଣ୍ଟାର ଅପରେସନ୍‌ ପରେ କମିସନରେଟ୍‌ ପୁଲିସ ନୟାଗଡ଼ ବୋଲଗଡ଼ ଜଙ୍ଗଲିଆ ରାସ୍ତାରୁ ଈଶାନଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁରର ରାମ କ୍ରିଷ୍ଣା , ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳର ସନ୍ତୋଷ ରାଉତ, ନୟାଗଡ଼ର ଧନେଶ୍ବର ପାତ୍ର ଓ ଖଣ୍ଡଗିରି ରଘୁନାଥନଗରର ମହମ୍ମଦ ମୁସ୍ତାକ୍‌ ଅଲ୍ଲୀ। ସେମାନଙ୍କଠାରୁ କାର୍‌ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର