ପୋଖରୀପୁଟ ଡିଏଭି ପରିସରରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର : ଡିଏଭି ପବ୍ଲିକ୍‌ ସ୍କୁଲ୍‌, ପୋଖରୀପୁଟକୁ ଆବଣ୍ଟନ କରାଯାଇଥିବା ସରକାରୀ ଜାଗା ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ବେଳେ ୫ଟି ଆଜବେଷ୍ଟସ ଘର, ୩ଟି ଗାଧୁଆ ଘର, ଗୋଟିଏ ଛାତ ପର୍ଯ୍ୟନ୍ତ ଗଢ଼ାଯାଇଥିବା ଘର ଏବଂ ୨୫୦ ଫୁଟ ଲମ୍ବା ଟିଣ ପାଚେରି କାନ୍ଥକୁ ଏକ୍ସକାଭେଟର ଲଗାଇ ହଟାଯାଇଛି। ସୂଚନାଯୋଗ୍ୟ ସାଧାରଣ ପ୍ରଶାସନ ବିଭାଗ ଡିଏଭି ପୋଖରୀପୁଟକୁ ୨ ଏକର ଜାଗା ଦେଇଥିଲା। ତେବେ ପାଖାପାଖି ୧ ଏକର ସରକାରୀ ଜାଗା ଜବରଦଖଲ ହୋଇଥିଲା। ତେଣୁ ବିଡିଏ, ବିଏମ୍‌ସି ଓ ଲ୍ୟାଣ୍ଡ୍‌ ଅଫିସର ଏବଂ ସାଧାରଣ ପ୍ରଶାସନ ବିଭାଗ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ପୁଲିସ୍‌ ଫୋର୍ସର ବିନା ସହଯୋଗରେ ଏହି ଅଭିଯାନ କରାଯାଇଥିଲା। ଏଥିରେ ବିଡିଏ ଓ ବିଏମ୍‌ସିର ୨ଟି ଏକ୍ସକାଭେଟର ନିୟୋଜିତ ହୋଇଥିଲା। ସାଧାରଣ ପ୍ରଶାସନ ବିଭାଗର ଲ୍ୟାଣ୍ଡ୍‌ ଅଫିସର ମାନସ ରଂଜନ ସାମଲ, ବିଡିଏର ଏନ୍‌ଫୋର୍ସମେଣ୍ଟ୍‌ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଲିଆସନ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର