ଆଳିସି ଶାସନରୁ ଚିତ୍ରା ହରିଣ ଉଦ୍ଧାର

ବାଲିପାଟଣା: ବାଲିପାଟଣା ବନ ବିଭାଗ ଅଧୀନ ଆଳିସି ଶାସନ ଗ୍ରାମରୁ ଏକ ଚିତ୍ରା ହରିଣ ଉଦ୍ଧାର ହୋଇଛି। ରବିବାର ସକାଳେ ହରିଣଟି ଗାଁର ଏଣେତେଣେ ଦୌଡ଼ୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଲୋକଙ୍କୁ ଦେଖିବା ପରେ ହରିଣଟି ଭୟଭୀତ ହୋଇ ହରିଶଙ୍କରଙ୍କ ମନ୍ଦିର ନିକଟ ପୋଖରୀକୁ ଡେଇଁ ପଡ଼ିଥିଲା।

ପୋଖରୀରୁ ଗ୍ରାମବାସୀ ହରିଣକୁ ଉଦ୍ଧାର କରିଥିଲେ। ବାଲିପାଟଣା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରୁ ହରିଣକୁ ଉଦ୍ଧାର କରିଥିଲେ। ଆହତ ହରିଣକୁ ଚିକିତ୍ସା କରାଯାଇ ଭଅଁରାଗଡ଼ ଗ୍ରାମ୍ୟ ଜଙ୍ଗଲରେ ଛାଡ଼ିଦିଆ ଯାଇଥିବା ରେଞ୍ଜର ମାନସ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର