ସୁଦୀପ୍ତ ଶାହାଙ୍କ ଦହି କବାବ୍‌

ଆପଣ ବିଭିନ୍ନ ପ୍ରକାରର କବାବ୍‌ ଖାଇଥିବେ। ଚିକେନ୍‌ କବାବ୍‌, ମସରୁମ୍‌ କବାବ୍‌, ପନିର କବାବ୍‌ ପରି ବିଭିନ୍ନ ପ୍ରକାର କବାବ୍‌ ହୋଟେଲଠାରୁ ଆରମ୍ଭ କରି ରାସ୍ତା କଡ଼ ଷ୍ଟଲ୍‌ରେ ଉପଲବ୍ଧ। କିନ୍ତୁ ଦହିରେ ପ୍ରସ୍ତୁତ କବାବ୍‌ ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କ୍ରିଷ୍ଣା ପ୍ଲାଜାରେ ଏହି ସ୍ୱତନ୍ତ୍ର ଦହି କବାବ୍‌ ଖାଇବାକୁ ହିଁ ଭିଡ଼ ଜମେ। ଦହିକୁ ଛାଣି ଚକଟିବା ପରେ ସେଥିରେ ମାଲଓ୍ଵା, ମିଲ୍କ ପାଉଡର, ଗରମ ମସଲା, ଚିଲି ପାଉଡର ଦେଇ ତାକୁ ଧିମା ଆଞ୍ଚରେ ଛାଣି ଏଥିରେ କବାବ ପ୍ରସ୍ତୁତ କରନ୍ତି। ଏହା ହାତକୁ ଯେପରି ହାଲୁକା ପାଟିକୁ ସେମିତି ସ୍ୱାଦିଷ୍ଟ। ପ୍ଲେଟ୍‌ ପ୍ରସ୍ତୁତ ହୋଇଯିବା ପରେ ମନ ସେଇଠି ଅଟକିଯାଏ। ପ୍ଲେଟ୍‌ରେ ୬ଟି ପିସ୍‌ ରହୁଥିବା ବେଳେ ସ୍ୱାଦିଷ୍ଟ ଧନିଆ ଚଟଣି ସହ ପିଆଜରେ ପରସାଯାଏ। ଏହି କବାବ୍‌ ତିଆରି କରିବା କଷ୍ଟସାଧ୍ୟ ହୋଇଥିବାରୁ ଏହାର ଦାମ୍‌ ୨୬୦ ଟଙ୍କା ରଖାଯାଇଛି ବୋଲି ସେଫ୍‌ ସୁଦୀପ୍ତ ଶାହା କହିଛନ୍ତି।

ସମ୍ବନ୍ଧିତ ଖବର