ଛାଡ଼ଖାଇରେ ତିନି ରେସ୍ତୋରାଁରେ ସମାନ ମେନୁ

ଭୁବନେଶ୍ବର: ଏଥର ଛାଡ଼ଖାଇରେ ରାଜଧାନୀବାସୀଙ୍କୁ ସୁସ୍ବାଦୁ ଓଡ଼ିଆ ଖାଦ୍ୟ ମିଳିବ। ଏଥିପାଇଁ ରାଜଧାନୀର ତିନିଟି ରେସ୍ତୋରାଁ ଡାଲମା, ମାଇକେଲ୍‌ସ କିଚେନ୍ ଓ ଓଡ଼ିଶା ହୋଟେଲ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ତିନିଟି ଯାକ ରେସ୍ତୋରାଁରେ ଗୋଟିଏ ମେନୁର ଖାଦ୍ୟ, ଗୋଟିଏ ଦାମ୍‌ରେ ଉପଲବ୍ଧ ହେବ। ନଭେମ୍ବର ୨୦ ଓ ୨୧ ତାରିଖରେ ଏନେଇ ତିନିଟି ଯାକ ରେ‌ସ୍ତୋରାଁରେ ‘ଓଡ଼ିଆ ରୋଷେଇକୁ ପୁନର୍ଜୀବିତ କରି ଛାଡ଼ଖାଇ ପାଳିବା’ ଥିମ୍ ରଖାଯାଇଛି।

ରେସ୍ତୋରାଁ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ଏପରି କେବେ ଛାଡ଼ଖାଇ ପାଳନ ହୋଇ ନଥିଲା। ତିନିଟି ଭିନ୍ନ ହୋଟେଲରେ ଗୋଟିଏ ମେନୁ ଓ‌ ଗୋଟିଏ ଦାମ୍‌ରେ ଆମେ ଲୋକଙ୍କୁ ଓଡ଼ିଆ ଖାଦ୍ୟ ପରଷିବୁ। ଏଥର ଛାଡ଼ଖାଇରେ ରାଜଧାନୀର ଆମିଷ ପ୍ରିୟ ଲୋକଙ୍କୁ ଆମେ ଶୁଦ୍ଧ ଓଡ଼ିଆ ଖାଦ୍ୟ ଭେଟି ଦେବୁ। ଛାଡ଼ଖାଇ ପାଇଁ ହୋଇଥିବା ସ୍ବତନ୍ତ୍ର ଥାଳିରେ ଭାତ, ଡାଲି/ଡାଲମା, ବୁନ୍ଦି ରାଇତା, କଖାରୁ ଫୁଲ ଭଜା, ପାମ୍ପଡ଼, ମଟନ୍ ଆଳୁ ଝୋଳ, ମାଛ ବେସର/ଭଜା, ଚିଙ୍ଗୁଡ଼ି ନଡ଼ିଆ, ଚିକେନ୍ କସା, ମାଛ ମୁଣ୍ଡ ଛିଞ୍ଚଡା, ଚିଙ୍ଗୁଡି ‌େଛଚା, କ୍ଷୀରି ପରଷାଯିବ। ଏଥିପାଇଁ ଥାଳିର ଦାମ୍ ୪୯୯ ଟଙ୍କା ଓ ଟ୍ୟାକ୍ସ ରଖାଯାଇଛି।

ସମ୍ବନ୍ଧିତ ଖବର