ସନ୍ଧ୍ୟା‌ରେ ବସ୍ତି ବୁଲିଲେ ଡିସିପି

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ସେଫ୍‌ ସିଟି ଡ୍ରାଇଭ୍‌ ଯୋଜନାରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କ୍ୟାପିଟାଲ ଥାନା ଅଞ୍ଚଳର ଫାଳିକିଆ ‌ବସ୍ତି, କେଦାରପଲ୍ଲୀ ବସ୍ତି ଆଦି ଅଞ୍ଚଳ ବୁଲିଥିଲେ। ଏହି ଅବସରରେ ସେ ବସ୍ତିବାସିନ୍ଦା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବି‌ଶେଷକରି ମହିଳାଙ୍କ ସହ ସୁରକ୍ଷା ବାବଦରେ ଡିସିପି ଶ୍ରୀ ସିଂ ଆଲୋଚନା କରିଥିଲେ। ସେହିଭଳି ବସ୍ତି ପିଲାଙ୍କ ସହ ମଧ୍ୟ ସେ ଭାବ ଆଦାନପ୍ରଦାନ କରିଥିଲେ। ଏହି ସମୟ‌ରେ ଏସିପି, କ୍ୟାପିଟାଲ ଥାନା ଅଧିକାରୀଙ୍କ ସମେତ ୧ ପ୍ଲାଟୁନ୍ ପୁଲିସ ବଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର