କୁଆଡ଼େ ଗଲା ବୁବୁ, ପତ୍ତା ପାଉନି ପୁଲିସ

ସରିଲା ରିମାଣ୍ଡ, ଜେଲ୍‌ ଗଲେ କେବିଏନ୍ ଗ୍ୟାଙ୍ଗ ସଦସ୍ୟ; ଟାଉନ୍ ଟାଇଗର ଗ୍ରୁପ୍‌କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ୟାଙ୍ଗର ୫ଜଣିଆ ସଦସ୍ୟଙ୍କ ଦୁଇଦିନିଆ ରିମାଣ୍ଡ ଶେଷ ହେବା ପରେ ସୋମବାର ଜେଲ୍ ଯାଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଜେରା କରି ବାହାଦୁରି ନେଉଥିବା ବେଳେ ଗ୍ୟାଙ୍ଗ ମୁଖ୍ୟ ବୁବୁର କିନ୍ତୁ ପତ୍ତା ପାଇ ପାରିନାହିଁ। ବୁବୁ ଏବେ କେଉଁଠି ଆତ୍ମଗୋପନ କରିଛି, ସେ ସମ୍ପର୍କରେ ସାମାନ୍ୟତମ ସୁରାକ୍ ପାଇବାରେ ବିଫଳ ହୋଇଛି କମିସନରେଟ ପୁଲିସ। କେବଳ ବୁବୁ ନୁହେଁ, ଗ୍ୟାଙ୍ଗର ଆହୁରି ୨୦ଜଣ ସଦସ୍ୟ ଫେରାର ରହିଥିବା ଜଣାପଡ଼ିଛି।

କେବିଏନ୍ ପରେ ଏବେ ଟାଉନ୍‌ ଟାଇଗର୍‌ ହ୍ବାଟସଆପ୍ ଗ୍ରୁପ୍ ଚାଟିଂ ପୁଲିସ ହାତରେ ଲାଗିଛି। ଏହି ଚାଟିଂ ଭାଇରାଲ୍ ହେବା ପରେ ଗ୍ରୁପରୁ ଅନେକ ସଦସ୍ୟ ଓହରିଯାଉଥିବା ଦେଖିବାକୁ ମିଳିଛି। ମାରଣାସ୍ତ୍ର ଧରି ଭୟଭୀତ କରିବା ସହ ଦାଦାବଟି, ଲୁଟ୍, ଛିନ୍‌ତାଇ ଏହି ଗ୍ୟାଙ୍ଗର ମୂଳ ଉଦ୍ଦେଶ୍ୟ ବୋଲି ପୁଲିସ ଜାଣିବାକୁ ପାଇଛି। ରାଜଧାନୀରେ ଏମିତି ଅନେକ ଅସାମାଜିକ ସଂଗଠନ ଏବେ ପୁଲିସ ପାଇଁ ଚିନ୍ତାର କାରଣ ସାଜିଛନ୍ତି।

ସମ୍ବନ୍ଧିତ ଖବର