ଝରକା ବାଟେ ନେଇଗଲେ ଲକ୍ଷାଧିକ ଟଙ୍କାର ମୋବାଇଲ୍

ଭୁବନେଶ୍ବର : ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର ନିକଟ ପ୍ଲଟ୍‌ ନମ୍ବର ୮୨୦ ଘରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ଏନେଇ ଘର ମାଲିକ ପ୍ରିୟବ୍ରତ ମହାନ୍ତି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଗତରାତିରେ ପ୍ରିୟବ୍ରତ ପରିବାରଲୋକଙ୍କ ସହ ଘରେ ଶୋଇଥିଲେ। ଗରମ ହେବାରୁ ଝରକା ଖୋଲା ରହିଥିଲା। ଏହାରି ସୁଯୋଗରେ କେହି ଦୁର୍ବୃତ୍ତ ଝରକାରେ ହାତ ଗଳାଇ ଗୋଟିଏ ଆଇଫୋନ୍ ଓ ୩ଟି ଅନ୍ୟ ସ୍ମାର୍ଟଫୋନ୍, ବ୍ଲୁଟୁଥ୍ ଡିଭାଇସ୍ ଆଦି ଚୋରି କରି ନେଇଥିବା ଜଣାପଡ଼ିଛି। ସକାଳେ ପ୍ରିୟବ୍ରତ ଓ ପରିବାରଲୋକେ ମୋବାଇଲ୍ ଫୋନ୍ ନ ପାଇବାରୁ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର