ବିନ୍ଦୁସାଗର ସଫେଇ କଲା ମୁରବି ମହାମଞ୍ଚ

ଭୁବନେଶ୍ୱର: ବିଶ୍ୱ ଐତିହ୍ୟ ସପ୍ତାହର ଶେଷ ଦିବସରେ ଆଜି ଏକାମ୍ର କ୍ଷେତ୍ରରେ ମୁରବି ମହାମଞ୍ଚ ପକ୍ଷରୁ ପରିବେଶ ଓ ଜଳ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ମୁରବି ମହାମଞ୍ଚ ଓ ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ସଚେତନ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା କରାଯିବା ସହ ମୁକ୍ତେଶ୍ୱର ମନ୍ଦିର, ଏହାର ପୁଷ୍କରିଣୀ ଓ ବିନ୍ଦୁସାଗର ସଫେଇ କରାଯାଇଥିଲା।

କାର୍ଯ୍ୟକ୍ରମର ସରୋଜ କୁମାର ସାହୁ, ମୁକ୍ତେଶ୍ୱର କଳାକାର ଟ୍ରଷ୍ଟର ସଭାପତି ବୈକୁଣ୍ଠନାଥ ଭୋଇ, ହୃଷୀକେଶ ବେହେରା, ସୌଦାମିନୀ ସାମଲ, ସୌମ୍ୟରଞ୍ଜନ ଭୋଇଙ୍କ ସମେତ ବହୁ ଯୁବକ, ମହିଳା ସାମିଲ ହୋଇଥିଲେ। ଏହି ଅବସରରେ ବୈକୁଣ୍ଠନାଥ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର